ଆସାମରେ ବନ୍ୟାର ତାଣ୍ଡବ । ଆସାମ ବର୍ତ୍ତମାନ ଏକ ଭୟଙ୍କର ବନ୍ୟା ପରିସ୍ଥିତିର ସାମନା କରୁଛି । ସମ୍ପ୍ରତି ବନ୍ୟା ପରିସ୍ଥିତି ଗମ୍ଭୀର ରହିବା ସହିତ ଏଥିରେ ପ୍ରାୟ ୩୮ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି, ନଦୀଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ପ୍ରଭାବିତ ଲୋକମାନେ ବିଭିନ୍ନ ଅଞ୍ଚଳରେ ଥିବା ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଆସାମ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସଡିଏମଏ) ପକ୍ଷରୁ ରବିବାର ଜାରି ବୁଲେଟିନରେ କୁହାଯାଇଛି ଯେ ବନ୍ୟା ରେ ୧୩ଟି ଜିଲ୍ଲାର ସାଢେ ୫ ଲକ୍ଷ ପ୍ରଭାବିତ ହୋଇଛନ୍ତି। ଚାଷ ଜମି ଜଳମଗ୍ନ ହେବା ସହ ୨୨୦୮ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ରାଜ୍ୟରେ ଆସାମ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଏନଡିଆରଏଫ୍‌, ଅର୍ଦ୍ଧସାମରିକ ବାହିନୀ ଯବାନ ଏବଂ ବାୟୁସେନାକୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରାଯାଇଛି । ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଜିଲାଗୁଡିକରେ ୭୨ଟି ରିଲିଫ ଶିବିର ଖୋଲାଯାଇଥିବାବେଳେ ସେଥିରେ ପ୍ରାୟ ୮୧୪୨ ଜଣ ଆଶ୍ରୟ ନେଇଛନ୍ତି ।

ରାଜ୍ୟରେ ବ୍ରହ୍ମପୁତ୍ର ସମେତ ୩ଟି ପ୍ରମୁଖ ନଦୀ କୋପିଲି, ବରାକ ଓ କୁଶିୟାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। । ଇତିମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

Leave a Reply

Your email address will not be published. Required fields are marked *