ଟାଟାରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା କ୍ଲିନ ଚିଟ। ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଠକେଇ ମାମଲାରେ ୩ ଏତଲାକାରୀ ଓହରିଯାଇଛନ୍ତି । ଆଜି ବ୍ରହ୍ମପୁର ଜେଏମଏଫସି କୋର୍ଟରେ ନିଜ ଏତଲା ଉଠାଇ ନେବା ସହ ପ୍ରଦୀପ କୌଣସି ଟଙ୍କା ନେଇ ନଥିବା ଓ ମାମଲା ପାଇଁ ସେମାନଙ୍କ ଉପରେ ଚାପ ପକାଯାଇଥିବା କୋର୍ଟରେ କହିଛନ୍ତି । ପୂର୍ବରୁ ଆଉ ୨ ଜଣ ଏତଲାକାରୀ ମଧ୍ୟ ଓହରିଥିବା ବେଳେ ଆଜି ୩ ଜଣ ଓହରିଛନ୍ତି ।

ସୂଚନା ଯୋଗ୍ୟ; ୨୦୨୦ ମସିହାରେ ପ୍ରଦୀପଙ୍କ ବିରୋଧରେ କରୋନା କାଳରେ ଅଭିଯୋଗ ଆସିଥିଲା କି, ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହାୟତାରେ ସେ ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଟଙ୍କା ନେଇଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୫ ଜଣ ବ୍ୟକ୍ତି ଠକେଇ ଅଭିଯୋଗ ଆଣିଥିଲେ ।  ଏହି ଏତଲା ଆସିବା ଆଗରୁ ହିଁ ପ୍ରଦୀପଙ୍କୁ ଦଳର ସଭାପତି ତାଙ୍କ ଜନବିରୋଧୀ କାମ କରିବା ଅଭିଯୋଗରେ ଦଳରୁ ବହିଷ୍କୃତ କରିଦେଇଥିଲେ । ଏହା ପରେ ପ୍ରଦୀପଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *