ଭୁବନେଶ୍ୱର କିଟ୍ କ୍ୟାମ୍ପସରେ ଚାଲିଥିବା ଛାତ୍ର ଅଶାନ୍ତି ଏବେ ଜାରି ରହିଥିବା ବେଳେ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଏବିଭିପି। କିଟ୍ରେ ନେପାଳି ଛାତ୍ରଙ୍କୁ ମାଡ଼ର ନିରପେକ୍ଷ ତଦନ୍ତ ଦାବି କରି ଭୁବନେଶ୍ବର ଲୋୟର ପିଏମ୍ଜିରେ ଏବିଭିପିର ବିକ୍ଷୋଭ । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ଦାହ କରି ମୃତ ନେପାଳି ଛାତ୍ରୀଙ୍କୁ ନ୍ୟାୟ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । ଏହା ସହ ଏବିଭିପି କହିଛି କିଟ୍ରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବଂ ଛାତ୍ରଛାତ୍ରୀଙ୍କୁ ମାଡ଼ମରା ଅଭିଯୋଗରେ ଅଚ୍ୟୁତ ସାମନ୍ତଙ୍କୁ ଆରେଷ୍ଟ କରାଯାଉ । ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଲାଗି ମଧ୍ୟ ଦୁଇ ଜଣ ମାଡାମଙ୍କୁ ଗିରଫ କରାଯାଉ । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଲାଗି ଓଡ଼ିଶା ଓ ନେପାଳର ସଂପର୍କରେ ମଳିନ ପଡ଼ିଗଲା କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ସୋସିଆଲ୍ ମିଡିଆରେ ଅଚ୍ୟୁତ ସାମନ୍ତ ମୁହଁ ଖୋଲୁନାହାନ୍ତି କାହିଁକି? Post navigation ରାଜ୍ୟକୁ ଆସୁଛି ବର୍ଷା; ଆଗାମୀ ୨୪ ଘଣ୍ଟା ପାଇଁ ୩ ଜିଲ୍ଲା ଜାରି ହେଲା ଅରେଞ୍ଜ ଆଲର୍ଟ ମୃତ କିଟ୍ ଛାତ୍ରୀ କେବଳ ନେପାଳର ଝିଅ ନୁହେଁ, ଓଡ଼ିଶା ମାଟିର ମଧ୍ୟ ଝିଅ: ସୂର୍ଯ୍ୟବଂଶୀ ସୁରଜ