ରାଜଧାନୀରେ ଆମ ବସ୍‌ ସେବା ଠପ୍‌ । ରାଜଧାନୀ ଭୁବନେଶ୍ଵରରେ ଆମ ବସ୍ କର୍ମଚାରୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୁରକ୍ଷା ଦାବିରେ ବସ କଣ୍ଡକ୍ଟର୍ ଏବଂ ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି । ଆମ ବସ୍ କର୍ମଚାରୀଙ୍କୁ ମାଡ଼ ମରାଯିବା ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଥିବା ଜଣାପଡିଛି। ସହର ବିଭିନ୍ନ ସ୍ଥାନରେ ଥିବା ଆମ ବସ୍ ଡିପୋରେ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଯାହା ଯାହାଫଳରେ ଭୁବନେଶ୍ଵରରେ ଆମ ବସ୍ ସେବା ଠପ୍ ହୋଇଛି । ଏହା ସହ ମାଡ଼ ମରାଯିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ସୂଚନା ଅନଯାୟୀ, ଗତକାଲି ସମ୍ ହସ୍ପିଟାଲ ଡିପୋରେ ଜଣେ ଆମ ବସ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ବସ୍ ଯାଉଥିବା ବେଳେ ଧୂଳି ଉଡିବାରୁ ସ୍ଥାନୀୟ ଲୋକେ ଡିପୋରେ ପଶି କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପୋଲିସରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ବିନା କାରଣରେ ବସ୍‌ କଣ୍ଟକ୍ଟର ଓ ଡ୍ରାଇଭରଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗରେ ହୋଇଥିଲା। ଯାହାଫଳରେ ରାଜଧାନୀରେ ମଙ୍ଗଳବାର ଦିନ ମାଷ୍ଟରକ୍ୟାଣ୍ଟନରେ ଥିବା ଆମ ବସ୍‌ ଡିପୋରେ ସବୁ ବସ୍‌ ରଖି ଆନ୍ଦୋଳନ ଚାଲିଛି । ଯେପର୍ଯ୍ୟନ୍ତ ସରକାର ସୁରକ୍ଷା ଯୋଗାଇ ଦେଇ ନାହାଁନ୍ତି ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଣ୍ଟକ୍ଟର ଓ ଡ୍ରାଇଭରମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *