ପୁଣି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତର ଫଟୋ ହେଲା ଭାଇରାଲ୍ । ଏବେ କେବଳ ଫଟୋ ଉଠେଇବା ନେହେ ମନ୍ଦିର ଭିତରେ ସିଗାରେଟ୍ ଟାଣିବାର ଦୁଃସାହସ କରିଛନ୍ତି ଯୁବକ। ଯାହାର ଏକ ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଫଟୋ ଷ୍ଟାଟସ୍ ଦିଆଯାଇଥିଲା। ଉକ୍ତ ଯୁବକ ଜଣଙ୍କ ହେଲେ ଦେବୀ ପ୍ରସାଦ ଦାସ। ଫଟୋଟିରେ ଯୁବକ ଜଣକ ଲିଙ୍ଗରାଜଙ୍କ ମନ୍ଦିର ରୋଷଘର ପାଖରେ ଛିଡ଼ା ହୋଇ ସିଗାରେଟ ଟାଣୁଛନ୍ତି। ଅନ୍ୟ ଜଣେ କେହି ତାଙ୍କ ଫଟୋ ଉତ୍ତୋଳନ କରିଥିବା ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି। ଏହି ଫଟୋ ଭାଇରାଲ୍ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ମଧ୍ଯ ପ୍ରକାଶ ପାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି କି ନାହିଁ ଏକଥା ମଧ୍ଯ ଜଣାପଡ଼ି ନାହିଁ। ତେବେ ଫଟୋଟି କେବେକାର ବା କେତେ ଦିନର ତାହା ଜଣାପଡ଼ିନାହିଁ। Post navigation ରାଜଧାନୀରେ ପିଲା ବିକ୍ରି ଅଭିଯୋଗ; ୬ ଅଭିଯୁକ୍ତ ଅଟକ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ମୋଦି : ସିନ୍ଦେ