ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି । ଗତକାଲି ଦିଲ୍ଲୀରେ ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ ଲାଗୁ କରିବା ପାଇଁ ନୂଆଦିଲ୍ଲୀରେ ଚୁକ୍ତି ପତ୍ର ସ୍ବାକ୍ଷର କରି ଫେରିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଜନଗହଳି ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀ ବିମାନ ବନ୍ଦର ଭିତରୁ ବାହାରିବା ପରେ ତାଙ୍କୁ ଧନ୍ୟବାଦ ଦେଇ ସମ୍ବର୍ଦ୍ଧିତ କରୁଛନ୍ତି ମନ୍ତ୍ରୀ ମଣ୍ତଳର ସଦସ୍ୟ,ବିଧାୟକ ଏବଂ ସାଧାରଣ ଜନତା ।

ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ମିଳିବ ନିରନ୍ତର ଚିକିତ୍ସା ସୁବିଧା । ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ଚିକିତ୍ସା ସୁବିଧା ମିଳିବ । ସାରା ଦେଶରେ ୩୦ ହଜାରରୁ ଅଧିକ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ । ଆୟୁଷ୍ମାନ ଭାରତରେ ପୁରୁଷଙ୍କୁ ୫ ଓ ମହିଳାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସାର ସୁବିଧା ମିଳିପାରିବ । ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର ।

 

Leave a Reply

Your email address will not be published. Required fields are marked *