ପୁରୀ କୃଷ୍ଣପ୍ରସାଦରେ ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଟିଉସନ ଯିବାବେଳେ ନାବାଳିକାକୁ ଉଠାଇ ନେଇ ୩ ମୁଖାପିନ୍ଧା ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର । କାଜୁ ଜଙ୍ଗଲରୁ ସ୍ଥାନୀୟ ଲୋକେ ନାବାଳିକାକୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା ।

ସୂଚନା ଅନୁଯାୟୀ; ନାବାଳିକା ଜଣଙ୍କ ସାଇକେଲରେ ଟ୍ୟୁସନ ଯାଉଥିବା ବେଳେ ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। କାଜୁ ଜଙ୍ଗଲ ଭିତରୁ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ନାବାଳିକା କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହା ପରେ କୃଷ୍ଣପ୍ରସାଦ ଥାନାରେ ଏନେଇ ପୀଡ଼ିତଙ୍କ ପରିବାର ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଜଙ୍ଗଲ ଭିତରକୁ ଯାଇ ତଦନ୍ତ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *