ବହୁ ଚର୍ଚ୍ଚିତ ପୋଲିସ ଏସଆଇ ନିଯୁ୍କ୍ତି କେଳେଙ୍କାରୀ ଘଟଣାର ପ୍ରାୟ ଏକ ମାସ ପରେ ଗିରଫ ହୋଇଛି ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । କିଛି ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଛି ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। କ୍ରାଇମବ୍ରାଞ୍ଚ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିବା ପରେ ରବିବାର ଭୁବନେଶ୍ୱରରେ ପହଞ୍ଚିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ଶଙ୍କର ପୃଷ୍ଟିକୁ ଗିରଫ ସହ ଏକ ଫଚ୍ୟୁନର କାର୍ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ ପୂର୍ବର ପରୀକ୍ଷାର୍ଥୀଙ୍କ ୧୨୦ରୁ ଅଧିକ ଗିରଫ ହୋଇଥିଲେ । ଏବେ ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଆହୁରି ଅଧିକ ତଥ୍ୟ ହାସଲ କରିବ ବୋଲି ଆଶା କରାଯାଉଛି। ତେବେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହେବାପରେ ଶଙ୍କର ପୃଷ୍ଟି ଗଣମାଧ୍ୟମକୁ କହିଛି ଯେ ମୋ ଉପରେ ଲଗାଯାଇଥିବା ଅଭିଯୋଗ ମିଥ୍ୟା । ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି। ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ଫାଇଲ୍ କରିଥିଲି। ହାଇକୋର୍ଟଙ୍କୁ ଆଗୁଆ ଜାମିନ ମାଗିଥିଲି। ସମୟ ଦେଇଥିଲେ, ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି। ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି କେସ୍ ନାହିଁ । ଗିରଫ ଅଭିଯୁକ୍ତମାନଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । ଏହା ସହ ପୋଲିସ୍ ଏସଆଇ ନିଯୁକ୍ତି କେଳେଙ୍କାରୀରେ ହଜାରେ କୋଟିର ଡିଲ୍ ହୋଇଥିଲା। ପରୀକ୍ଷା ବାତିଲ ପାଇଁ ଷଡଯନ୍ତ୍ର ହୋଇଥିଲା। ଷଡ଼ଯନ୍ତ୍ରକାରିଙ୍କ ସବୁ ତଥ୍ୟ ସରକାରକୁ ଦେବେ। ପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତି ଘୋଟାଲାରେ ଶଙ୍କର ପୃଷ୍ଟି ଥିଲା ମାଷ୍ଟର ମାଇଣ୍ଡ ସେ ଦୀର୍ଘଦିନ ହେ ଫେରାର ଥିଲା । ଏହି ଘଟଣାର ପର୍ଦ୍ଦାଫାସ ହେଲା ପରେ ଶଙ୍କର ନେପାଳ ପଳାୟନ କରିଥିଲା। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ଆଉ ଏହାପରେ ଶଙ୍କର ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ସୂଚନା ପାଇ ତାଙ୍କୁ ନେପାଳ ସୀମାରୁ କାବୁ କରିଥିଲେ । ସୂଚନାଯୋଗ୍ୟ, ୨୦୨୪ ମସିହାରେ ଏସ୍ଆଇ ପରୀକ୍ଷା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷା ଆୟୋଜନ ଦାୟିତ୍ୱ ଓଡ଼ିଶା ପୁଲିସ ରିକ୍ରୁଟ୍ମେଣ୍ଟ୍ ବୋର୍ଡ (ଓପିଆର୍ବି) ନେଇଥିଲା । ଓପିଆରବି ପରୀକ୍ଷା ପରିଚାଳନା ଆଇଟିଆଇ ନାମକ ସଂସ୍ଥାକୁ ଦେଇଥିଲା । ଆଇଟିଆଇ ପରେ ଏହାକୁ ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍କୁ ହସ୍ତାନ୍ତର କରିଥିଲା । ପରେ ଏହାର ଦାୟିତ୍ୱ ପାନ୍ସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନେଇଥିଲା । ଏହାରି ମଧ୍ୟରେ ସେପ୍ଟେମ୍ବର ମାସରେ ଦୁଇଟି ପର୍ଯ୍ୟାୟରେ ୨୧୧ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶକୁ ନେଇଥିଲେ ଦଲାଲ୍ । ସେଠାରେ ଲିଖିତ ପରୀକ୍ଷା ପାଇଁ ତାଲିମ ଦିଆଯାଇଥିଲା । ତୃତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୩୦ ତାରିଖରେ ୩ଟି ବସ୍ରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲ୍ ଅନ୍ଧ୍ରପ୍ରଦେଶ ଯିବାକୁ ବରମୁଣ୍ଡାରୁ ବାହାରିଲେ । ସେମାନେ ଆନ୍ଧ୍ରପ୍ରଦେଶରେ ପହଞ୍ଚି ଯାଇଥିଲେ । ଏହି ଖବର ପ୍ରଚାର ହେବା ପରେ ବ୍ରହ୍ମପୁର ପୁଲିସ୍ ଆନ୍ଧ୍ରପ୍ରଦେଶ ପୁଲିସ୍ ସହ ଯୋଗାଯୋଗ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । Post navigation Shankar Prusty Arrested: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ ISRO: ଇତିହାସ ରଚିବା ଅଭିମୁଖେ ଇସ୍ରୋ: କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ