କଂଷ୍ଟ୍ରକ୍ସନ କାମ ଚାଲୁଥିବା ଖସିପଡିଲା କ୍ରେନ। ଭୁବନେଶ୍ୱର ୟୁନିଟ୍-୮ ଓଏମସି କଲୋନୀରେ ବିଲ୍ଡିଂ ନିର୍ମାଣ ବେଳେ ଭୁଶୁଡ଼ିଲା କ୍ରେନ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ । କିନ୍ତୁ କାମ କରୁଥିବା ୫ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ଓଏମସି କଲୋନୀରେ ୧୦ ତାଲା ବିଲ୍ଡିଂର ଛାତ ପଡ଼ିବା ପାଇଁ ସେଣ୍ଟ୍ରିଂ କାମ ଚାଲିଥିବା ବେଳେ ସେଥିରେ କାମ ହେଉଥିବା କ୍ରେନଟି ଭାଙ୍ଗି ଯାଇଥିଲା। ଦୁର୍ଘଟଣାରେ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ତେବେ କିପରି ଏତେ ବଡ଼ ଅଘଟଣ ଘଟିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *