ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ । ବସ ହେଲପର ଦୁଷ୍କର୍ମ କରିଥିବା ଥାନାରେ ଏତଲା । ଅଭିଯୋଗପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ରବିବାର ବଣେଇ ଉପଖଣ୍ଡ ଚିକିତ୍ସାଳୟରେ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ଏହା ସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍ ।

ସୂଚନା ଯୋଗ୍ୟ; ୭ ବର୍ଷର ନାବାଳିକା ଜଣକ ପରିବାର ଲୋକଙ୍କ ସହ ବସ ଯୋଗେ ରାଉରକେଲାର ବନ୍ଧମୁଣ୍ଡା ଥାନା ଅଞ୍ଚଳରୁ ଚାନ୍ଦିପୋଷକୁ ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗ ଦେବା ପାଇଁ  ଯାଇଥିଲେ। ସମସ୍ତେ କାର୍ଯ୍ୟକ୍ରମରେ ଥିବା ବ୍ୟସ୍ତଥିବା ବେଳେ ଏହି ସମୟରେ ନାବାଳିକାକୁ ଏକୁଟିଆ ଦେଖି ଏହାର ସୁଯୋଗ ନେଇ ବସ୍‌ର ହେଲ୍ପର ନାବାଳିକାକୁ ଆଇସକ୍ରିମ୍ କିଣି ଦେବ କହି ନିକଟରେ ଥିବା ଦୋକାନକୁ ଡାକି ନେଇଥିଲା। ଚାନ୍ଦିପୋଷ ରେଲୱେ ପ୍ଲାଟଫର୍ମର ପରିତ୍ୟକ୍ତ କ୍ୟାବିନ ଭିତରକୁ ଜୋରଜବରଦସ୍ତି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। । ନାବାଳିକା ଜଣକ ନିଜ ମାଆ ପାଖରେ କହିବା ପରେ ଘଟଣାକୁ ନେଇ ପରିବାର ଲୋକେ ଚାନ୍ଦିପୋଷ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *