ପୁରୀରେ ଆରମ୍ଭ ହୋଇଛି BRICS-୨୦୨୬ ଡିଜାଷ୍ଟର ରିସ୍କ ରିଡକ୍ସନ ଗ୍ରୁପ୍ (DRRG)ର ଦ୍ୱିତୀୟ ବୈଠକ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ଖୁସି ପ୍ରକଟ କରିଛନ୍ତି । ସମ୍ମିଳନୀରେ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପଦ୍ଧତି ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ଉପଯୋଗୀ ମଡେଲ ଭାବରେ କାର୍ଯ୍ୟ କରିପାରିବ। ସେ ଆଉ କହିଛନ୍ତି ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଢ଼ ମୁକାବିଲା କରିଛି ଓଡ଼ିଶା । ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲିଟି ପାଇଁ ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସିତ । ଏହି ବୈଠକରୁ ଉପଯୋଗୀ ନିସ୍କର୍ସ ଆଗାମୀ ଦିନରେ କାମରେ ଲାଗିବ ।ବିପର୍ଯ୍ୟୟ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବ୍ରିକ୍ସ ରାଷ୍ଟ୍ର ପାଇଁ ଉପଯୋଗୀ ହେବ । ବ୍ରିକ୍ସ ସମ୍ମିଳନୀ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ଜିରୋ କାଜୁଆଲିଟିକୁ ବଜାୟ ରଖିବାକୁ ସରକାର ପ୍ରୟାସ ଜାରି ରଖିବେ । Post navigation Renowned Odia Litterateur JP Das Passes Away: ବିଶିଷ୍ଟ ସାହିତ୍ୟିକ ଏବଂ ପୂର୍ବତନ IAS ଅଧିକାରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ BRICS Meet in Puri: ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହ ‘ବିପର୍ଯ୍ୟୟ ଆଶଙ୍କା ହ୍ରାସ ଗ୍ରୁପ’ ବୈଠକର ଟେକ୍ନିକାଲ ସେସନ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ