ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ । ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ମରାଠୀ ଫିଲ୍ମରୁ କ୍ୟାରିଅର ଆରମ୍ଭ କରି ୮୫୦ରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି।

ଓଡ଼ିଆ ଫିଲ୍ମରେ ବି ତାଙ୍କ ଛାପ ଛାଡ଼ିଛନ୍ତି ସୁମନ କଲ୍ୟାଣପୁର । ଗପ ହେଲେ ବି ସତ’, ‘ଚିଲିକା ତୀରେ’, ‘ସମୟ’ରେ ସେ କଣ୍ଠଦାନ କରିଛନ୍ତି । ସୁମନ ହିନ୍ଦୀ, ମରାଠୀ, ଆସାମୀ, ଗୁଜୁରାଟୀ, କନ୍ନଡ, ମୈଥିଳୀ, ଭୋଜପୁରୀ, ରାଜସ୍ଥାନୀ, ବଙ୍ଗାଳୀ, ଓଡ଼ିଆ ଏବଂ ପଞ୍ଜାବୀ ସମେତ ଅନ୍ୟାନ୍ୟ ଭାଷାରେ ଚଳଚ୍ଚିତ୍ର ପାଇଁ ଗୀତ ରେକର୍ଡ କରିଥିଲେ । ସଙ୍ଗୀତ ଜଗତରେ ତାଙ୍କର ଅବଦାନ ଦେଶର ସର୍ବୋଚ୍ଚ ସମ୍ମାନର ଯୋଗ୍ୟ । ତାଙ୍କୁ ପଦ୍ମଭୂଷଣ ମଧ୍ୟ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *