ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଶନିବାର ଦିନ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଏକ ଶକ୍ତିଶାଳୀ IED ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ-ଡିଆରଜିର ୪ ଜଣ ଯବାନ ସହିଦ ହୋଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଜି ଯବାନଙ୍କ ଏକ ଟିମ୍ କାଙ୍କେର ଜିଲ୍ଲାର ଛୋଟେବେଠିୟା ଥାନା ଅଞ୍ଚଳରେ ମାଓ ବିରୋଧୀ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଫେରିବା ସମୟରେ ଜଙ୍ଗଲ ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ପୂର୍ବରୁ ଖଞ୍ଜାଯାଇଥିବା IED ଉପରେ ସେମାନଙ୍କ ଗାଡ଼ି ଚଢ଼ିଯାଇଥିଲା । ଡିଆରଜିର ଇନ୍ସପେକ୍ଟର ସୁଖରାମ ଭାଟି (୪୦), ଜିଲ୍ଲା ବାହିନୀର କନଷ୍ଟେବଳ କୃଷ୍ଣ କୋମରା (୩୫) ଏବଂ ବସ୍ତର ଫାଇଟର୍ସର କନଷ୍ଟେବଳ ସଞ୍ଜୟ ଗଡ଼ପାଲେ (୨୯), କନଷ୍ଟେବଳ ପରମାନନ୍ଦ କୋମରା (୨୯)ଙ୍କୁ ହେଲିକପ୍ଟରରେ ରାୟପୁର ନିଆଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ହେଉଛି ଛତିଶଗଡ଼ ପୁଲିସର ଏକ ସ୍ୱତନ୍ତ୍ର ୟୁନିଟ୍ । ସ୍ଥାନୀୟ ଯୁବକ ଓ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ନେଇ ଏହି ବାହିନୀ ଗଠିତ । ଜଙ୍ଗଲ ଓ ସ୍ଥାନୀୟ ଅଞ୍ଚଳ ସମ୍ପର୍କରେ ଉତ୍ତମ ଜ୍ଞାନ ଥିବାରୁ ମାଓ ଦମନରେ ଡିଆରଜି ସବୁଠାରୁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । Post navigation Subhadra Yojana: ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା