ମଧ୍ୟପ୍ରଦେଶରେ ପ୍ରବଳ ଝଡ଼-ବର୍ଷା ଯୋଗୁଁ ଏକ ପର୍ଯ୍ୟଟକ କ୍ରୁଜ୍ ବୁଡ଼ିଯିବାରୁ ବଡ଼ ଅଘଟଣ ଘଟିଛି । କ୍ରୁଜରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଏବେ ବି ନିଖୋଜ ଅଛନ୍ତି । ଅଗ୍ନିଶମ ବିଭାଗ, SDRF ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ଖୋଜାଖୋଜି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ପ୍ରାଥମିକ ସୂଚନା ଅନୁଯାୟୀ, ମଝି ନଦୀରେ ହଠାତ୍ ପ୍ରବଳ ପବନ ଓ ବର୍ଷା ଆରମ୍ଭ ହେବାରୁ କ୍ରୁଜ୍ ଭାରସାମ୍ୟ ହରାଇ ବୁଡ଼ିବାକୁ ଲାଗିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିପଦର ସ୍ପଷ୍ଟ ସଙ୍କେତ ଥିବା ସତ୍ତ୍ୱେ କ୍ରୁଜ୍ କର୍ତୃପକ୍ଷ ଯାତ୍ରା ବନ୍ଦ କରିନଥିଲେ । ଉଦ୍ଧାର ହୋଇଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ଡଙ୍ଗା ବୁଡ଼ିବା ଆରମ୍ଭ ହେବା ପରେ ହିଁ ଲାଇଫ୍ ଜ୍ୟାକେଟ୍ ବଣ୍ଟନ କରାଯାଇଥିଲା । ଫଳରେ ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ନିଜକୁ ବଞ୍ଚାଇ ପାରିନଥିଲେ । ଯାତ୍ରା ଆରମ୍ଭ ପୂର୍ବରୁ କୌଣସି ସୁରକ୍ଷା ନିର୍ଦ୍ଦେଶ ଦିଆଯାଇନଥିଲା କି ସମସ୍ତଙ୍କୁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବାକୁ କୁହାଯାଇନଥିଲା । Post navigation UGC Adds Forestry to NET: UGC-NETରେ ଅତିରିକ୍ତ ବିଷୟ ଭାବେ ସ୍ଥାନ ପାଇଲା FORESTRY