ତାମିଲନାଡୁରେ ଏଥର ରେକର୍ଡ ସଂଖ୍ୟକ ମତଦାନ (ପ୍ରାୟ ୮୪.୭%) ହୋଇଛି । ଏଗଜିଟ୍ ପୋଲ୍ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ (DMK) ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବା ସମ୍ଭାବନା ଅଧିକ । ଅନ୍ୟପଟେ, ଏଆଇଏଡିଏମକେ (AIADMK) ଏବଂ ବିଜେପି ମେଣ୍ଟ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ‘ଟିଭିକେ’ (TVK) କିଛି ସିଟ୍ରେ ପ୍ରଭାବ ପକାଇପାରେ ବୋଲି ଆଶା କରାଯାଉଛି । ଡିଏମକେ ୧୨୨ରୁ ୧୩୨ ଆସନ ପାଉଥିବା ବେଳେ ଏଆଇଏଡିଏମକେ ୮୭ରୁ ୧୧୦ ଆସନ ପାଇବା ସମ୍ଭାବନା ରହିଛି। ସେହିପରି ବିଜୟଙ୍କ ଦଳ ଟିଭିକେ ୧୦ରୁ ୧୨ଟି ଆସନ ଜିତିପାରେ। ଏହାସହ ଏଗଜିଟ୍ ପୋଲ୍ ଅନୁଯାୟୀ ଆସାମରେ ପୁଣି ବିଜେପି ସରକାର ଆକଳନ କରାଯାଉଛି। ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ବିଜେପି ଏବଂ ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ତରୁଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇଙ୍କ ନେତୃତ୍ୱରେ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଥିଲା । ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଏଥର ଏକ ପରିବର୍ତ୍ତନର ସଙ୍କେତ ମିଳୁଛି । ଏହି ନିର୍ବାଚନରେ ବେକାରୀ ସମସ୍ୟା, ମହିଳା ସୁରକ୍ଷା ଏବଂ ସ୍ଥାନୀୟ ବିକାଶ ମୁଖ୍ୟ ପ୍ରସଙ୍ଗ ସାଜିଥିଲା । ବିଶେଷ କରି ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ନିର୍ବାଚନୀ ଫଳାଫଳକୁ ପ୍ରଭାବିତ କରିପାରେ । ଆକ୍ସିସ୍-ମାଇଁ ଇଣ୍ଡିଆ ଏକଜିଟ୍ ପୋଲ ଅନୁଯାୟୀ, ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ୮୮-୧୦୦ ଆସନ ପାଇବ, ଯେଉଁଠାରେ ଅଧା ଅଙ୍କ ହେଉଛି ୬୧ । କଂଗ୍ରେସକୁ ୨୪-୩୬ ଆସନ ମିଳିବା ନେଇ ପୂର୍ବାନୁମାନ କରାଯାଇଛି । ସେହିପରି ବିଜେପି ନେତୃତ୍ୱାଧୀନ ମେଣ୍ଟ ୮୫-୯୫ ଆସନ ପାଇବ ବୋଲି ଦର୍ଶାଯାଇଥିବା ବେଳେ କଂଗ୍ରେସ ୨୫-୩୨ ଏବଂ ଅନ୍ୟାନ୍ୟ ଓ ସ୍ୱାଧୀନ ପ୍ରାର୍ଥୀ ୬-୧୨ ଆସନ ପାଇବେ ବୋଲି ପୂର୍ବାନୁମାନ କରାଯାଇଛି । ଏକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ୍ ଅନୁଯାୟୀ, ଆସାମର ୧୨୬ ସିଟରୁ ବିଜେପି ୮୮ରୁ ୧୦୦ ସିଟ୍ ଜିତୁଥିବା ଆକଳନ କରାଯାଇଛି। କଂଗ୍ରେସ ମାତ୍ର ୨୪ରୁ ୩୬ ସିଟ୍ ଜିତିବା ନେଇ ପୂର୍ବାନୁମାନ କରାଯାଇଛି। ପିପୁଲ୍ସ ପଲ୍ସ ଅନୁସାରେ ବିଜେପି ୬୮ରୁ ୭୨ ଆସନ ଜିତି ପୁଣି ଥରେ ସରକାର ଗଢିବାକୁ ଯାଉଛି। କଂଗ୍ରେସ ୨୨ରୁ ୨୬ ସିଟ୍ ଏବଂ ଏଆଇୟୁଡିଏଫ ଖାତାକୁ ୩ରୁ ୫ ସିଟ୍ ଆସିପାରେ। ପିପୁଲ୍ସ ପଲ୍ସର ଏକଜିଟ୍ ପୋଲ ଆସାମରେ ଶାସକ ବିଜେପିକୁ ୬୮-୭୨ ଆସନ ଦେଇଥିବା ବେଳେ ଏହା ପୂର୍ବାନୁମାନ କରିଛି ଯେ, ବିରୋଧୀ କଂଗ୍ରେସ ୨୨-୨୬ ଆସନ ଜିତିପାରିବ ଏବଂ ଅନ୍ୟାନ୍ୟ ଓ ସ୍ୱାଧୀନ ପ୍ରାର୍ଥୀମାନେ ୧୧-୧୫ ଆସନ ଜିତିପାରିବେ। ସେହିପରି କେରଳରେ ଦଶନ୍ଧୀ ଥରି ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ(ଏଲଡିଏଫ୍) ସରକାର ରହିଛି। ପିନରାୟୀ ବିଜୟନ ମୁଖ୍ୟମନ୍ତ୍ରୀ ଅଛନ୍ତି। ହେଲେ ଏଥର ତାଙ୍କ ଶାସନ ଯିବ ବୋଲି ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ୍ ଫଳାଫଳ କଂଗ୍ରେସ ପାଇଁ ଖୁସି ଖବର ଆଣିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମେଣ୍ଟ ଏଥର ବାଜିମାରିବ। ୧୦ ବର୍ଷ ପରେ ପୁଣି ଶାସନ କରିବ କଂଗ୍ରେସ ମେଣ୍ଟ। ସେପଟେ ବିଜେପି ରାଜ୍ୟ ଜିତିବାକୁ ଯଥାସାଧ୍ୟ ଚେଷ୍ଟା କରିଥିବା ବେଳେ ତଥାପି ସେତେଟା ପ୍ରଭାବ ପକାଇ ନପାରେ ବୋଲି ରିପୋର୍ଟ କହୁଛି। ଏକଜିଟ ପୋଲରେ ମାଟ୍ରିଜ୍ ଅନୁସାରେ ୟୁଡିଏଫ୍ ୭୦-୭୫ ସିଟ ଜିତିବ, ଏଲଡିଏପ୍ ୬୦-୬୫ ସିଟ ଜିତିବ, ଏନଡିଏ ଏ ୩-୫ ସିଟି ହାତେଇବ ବୋଲି ଅନୁମାନ କରାଯାଉଛି। ଏଥିସହି ପିପୁଲ୍ସ ପଲ୍ସରେ ୟୁଡିଏଫ୍ ୭୫-୮୫ ଆସନ ଜିତିବ ନେଇ ଅନୁମାନ କରାଯାଉଥିବା ବେଳେ ଏଲଡିଏଫ୍ ୫୫-୬୫ ଆସନ ଜିତିବ ଓ ଏନଡିଏ ୦-୩ ଆସନ ଜିତିବ । ଆକ୍ସିସ ମାଇ ଇଣ୍ଡିଆର ଅନୁସାରେ ୟୁଡିଏଫ୍ ୭୦-୯୦, ଏଲଡିଏଏଫ୍ ୪୯-୬୨, ଏନଡିଏ ୦-୩ ସମ୍ଭାବନା ରହିଛି। Post navigation West Bengal Exit Polls: ପଶ୍ଚିମବଙ୍ଗ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପିକୁ ବହୁମତ Subhadra Yojana: ଆଜି ଶେଷ ହେବ ସୁଭଦ୍ରା ନୂତନ ପଞ୍ଜୀକରଣମ୍ ପ୍ରକ୍ରିୟା