କେରଳ, ଆସାମ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଚାରିଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ଭୋଟ୍ ଗ୍ରହଣ ପରେ ଘୋଷଣା କରାଯାଇଥିବା ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି । ବେଙ୍ଗଲରେ ଫୁଟିପାରେ ପଦ୍ମ । ୨୦୨୬ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ସହିତ ପୂରା ଦେଶର ନଜର ଏବେ ଏଗଜିଟ୍ ପୋଲ୍ (Exit Polls) ଉପରେ ରହିଥିଲା । ପଶ୍ଚିମବଙ୍ଗ EXIT POLLରେ ବିଜେପିକୁ ମିଳିଛି ବହୁମତ । ପ୍ରଥମ ଥର ପାଇଁ ବଙ୍ଗ ଦଖଲ କରିବାକୁ ଯାଉଛି ବିଜେପି । ୧୫ ବର୍ଷ ପରେ କ୍ଷମତାଚ୍ୟୁତ ହେବ TMC । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିପାରେ ବଡ଼ ଝଟ୍କା । ଚଳିତବର୍ଷ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା ପାର୍ଟି (BJP) ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି । କେତେକଙ୍କ ଆକଳନ ଅନୁଯାୟୀ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ସ୍ପଷ୍ଟ ଭାବେ ଲାଭବାନ ହେବ । ପିପୁଲ୍ସ ପଲ୍ସ ଶାସକ ଟିଏମସିକୁ ୧୭୭-୧୯୭ ଆସନ ଦେଇଛି, ଯେଉଁଥିରେ ବିଜେପିକୁ ୯୫-୧୧୦ ଏବଂ ଅନ୍ୟମାନଙ୍କୁ ଗୋଟିଏ ଆସନର ଅନୁମାନ କରିଛି । ମାଟ୍ରିଜ୍ ଟିଏମସିକୁ ୧୨୫-୧୪୦, ବିଜେପିକୁ ୧୪୬-୧୬୧ ଏବଂ ଅନ୍ୟାନ୍ୟଙ୍କୁ ୬-୧୦ ଆସନ ଦେଇଛି । ପି-ମାର୍କ ବିଜେପିକୁ ୧୫୦-୧୭୫, ଟିଏମସିକୁ ୧୧୮-୧୩୮ ଏବଂ କଂଗ୍ରେସକୁ ୨-୬ ଆସନ ଦେଇଛି । ପ୍ରଜା ପୋଲ୍ ଆନାଲିଟିକ୍ସ ଅନୁଯାୟୀ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ୧୯୩ ଆସନ ସହିତ ସରକାର ଗଠନ କରିବ, ଟିଏମସି କେବଳ ୧୦୦ ଆସନ ଜିତି ଦ୍ୱିତୀୟ ସ୍ଥାନରେ ରହିବ । ଅନ୍ୟମାନଙ୍କ ପାଇଁ ଗୋଟିଏ ଆସନ ଭବିଷ୍ୟବାଣୀ କରିଛି । Post navigation IPL Betting Racket in Puri: ପୁରୀରେ IPL ବେଟିଂ ରାକେଟ; ୪ ଗିରଫ