ଏମ୍‌ବିଏ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏହି ଅଭିଯୋଗରେ ଦୋକାନୀ ଗିରଫ । ହଷ୍ଟେଲ୍‌ରେ ପଶି ଦୁଷ୍କର୍ମ କରିବା ଅଭିଯୋଗରେ ୬୭ ବର୍ଷ ବୟସ୍କ ବୃଦ୍ଧାଙ୍କୁ ଗିରଫ କଲା ଇନ୍‌ଫୋଭାଲି ଥାନା ପୋଲିସ। ଅଭିଯୁକ୍ତ ଜଣକ ଦୀପକ ପ୍ରଧାନ ଭାବରେ ଚିହ୍ନଟ କରାଯାଇଛି।

ସୂଚନା ଯୋଗ୍ୟ; ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଗଙ୍ଗାପଡ଼ା ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କୁ ଜଣେ ଦୋକାନ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ କିରାଣା ଦୋକାନ ମାଲିକ ଦୀପକ ପ୍ରଧାନ। ଛାତ୍ରୀଙ୍କ ରୁମମେଟ୍ ଅନୁପସ୍ଥିତ ଥିବା ସମୟରେ ତାଙ୍କ ହଷ୍ଟେଲ ରୁମରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ପୀଡିତାଙ୍କ ଦ୍ୱାରା ଅଭିଯୋଗ ପଞ୍ଜିକୃତ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ସେହି ଅଞ୍ଚଳରେ ରହୁଥିବା ବୃଦ୍ଧଙ୍କୁ ଅଧିକ ତଦନ୍ତ ପାଇଁ ହେପାଜତକୁ ନିଆଯାଇଥିଲା।

ପୋଲିସ ମାମଲା ନମ୍ବର ୧୪୦/୨୬ ଆଧାରରେ ଏକ ବଳାତ୍କାର ମାମଲା ରୁଜୁ କରିଛି। ପୀଡିତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ହସ୍ପିଟାଲକୁ ପଠାଇଛି।

 

Leave a Reply

Your email address will not be published. Required fields are marked *