president-murmu-to-visit-odisha-tomorrow
ଆସନ୍ତାକାଲି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ମୁର୍ମୁ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଗସ୍ତ କରି ସେଠାରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ।
 
କାର୍ଯ୍ୟକ୍ରମ ବିବରଣୀ ଅନୁଯାୟୀ, ଗସ୍ତ ସମୟରେ ରାଷ୍ଟ୍ରପତି ରାଉରକେଲାରେ ନବନିର୍ମିତ ପ୍ଲାନେଟାରିୟମ୍ ଓ ସାଇନ୍ସ ସେଣ୍ଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହା ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀ ଓ ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ବଡ଼ ଉପହାର ହେବ ।
 
ପ୍ଲାନେଟାରିୟମ୍‌ରେ ଅତ୍ୟାଧୁନିକ ଡିଜିଟାଲ୍ ପ୍ରୋଜେକ୍ସନ ସିଷ୍ଟମ୍ ମାଧ୍ୟମରେ ମହାକାଶ, ଗ୍ରହ-ନକ୍ଷତ୍ର ସମ୍ପର୍କରେ ଶିକ୍ଷା ଦିଆଯିବ। ଏହା ସହ ରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମୀ ଶହୀଦ ନିର୍ମଳ ମୁଣ୍ଡାଙ୍କ ସ୍ମୃତିରେ ନିର୍ମିତ ‘ନିର୍ମଳ ମୁଣ୍ଡା ପ୍ରବେଶ ପଥ’ର ମଧ୍ୟ ଉଦ୍‌ଘାଟନ କରିବେ । ରାଉରକେଲା ସହରର ଏକ ପ୍ରମୁଖ ଛକୁ ଏହି ନାମରେ ନାମିତ କରାଯାଇଛି ।
 
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *