ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ସହାୟତା । ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଲା ସହାୟତା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ୪୧.୬୮ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୮୩୮.୪୮ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ପ୍ରଦାନ କରିଛନ୍ତି। ଏହି ଯୋଜନା ଅଧୀନରେ, ଚାଷୀମାନେ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇବେ। ଗତ ସେପ୍ଟେମ୍ୱର ମାସରେ ୫୧ ଲକ୍ଷ ୫୪ ହଜାର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ।

କଟକରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ସିଏମ୍ କିଷାନ ସହାୟତା ପାଣ୍ଠି ପ୍ରଦାନ ଘୋଷଣା କରାଯାଇଥିଲା। ଏଥର ମୁଖ୍ୟମନ୍ତ୍ରୀ କିଷାନ ସହାୟତା ଟଙ୍କା ମୋଟ ୪୧,୨୭,୫୩୩ କ୍ଷୁଦ୍ର ଚାଷୀ ଏବଂ ୪୧,୦୪୯ ଭୂମିହୀନ ଚାଷୀଙ୍କୁ ଲାଭ ଦେବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି ଯେ ରାଜ୍ୟରେ କୃଷି ଅଭିବୃଦ୍ଧି ହାର ୫.୩ ରେ ପହଞ୍ଚିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଏବଂ ଖାଦ୍ୟଶସ୍ୟ ଉତ୍ପାଦନ ୧୫ ଲକ୍ଷ ମେଟ୍ରିକ୍ ଟନ୍ ରେ ପହଞ୍ଚିଛି।

ସେହିପରି ସିଏମ କିଷାନ ଟଙ୍କା ପାଇବାରୁ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ହିତାଧିକାରୀ ବାଦ ପଡ଼ିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ସିଏମ କିଷାନର ହିତାଧିକାରୀ ହେବା ଆବଶ୍ୟକୀୟ ମାନଦଣ୍ଡ ଯେଉଁମାନେ ପୂରଣ କରୁ ନାହାନ୍ତି । ସେମାନଙ୍କୁ ଆର୍ଥିକ ସହାୟତାର ବାଦ ଦିଆଯାଇଛି । କୃଷକ ପଞ୍ଜିକରଣ, ଏକକ ମୋବାଇଲ ନମ୍ୱର , ବ୍ୟାଙ୍କ ଖାତା ସହ ଆଧାର ପଞ୍ଜିକରଣ ସହ  ଇକେୱାସି ଅପଡେଟ କରିନାହାନ୍ତି । ସେମାନଙ୍କୁ ଖାତାକୁ ଟଙ୍କା ଯାଇପାରିନାହିଁ । ନିଜ ଜିଲ୍ଲାର କୃଷି କାର୍ଯ୍ୟାଳୟକୁ ଯାଇଁ ଆବଶ୍ୟକୀୟ ମାନଦଣ୍ଡ ପୂରଣ କଲେ ହିତାଧିକାରୀ ଆର୍ଥିକ ସହାୟତା ପାଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

Leave a Reply

Your email address will not be published. Required fields are marked *