ବେଆଇନ ଖଣି କାର୍ଯ୍ୟ ଉପରେ ଚଢାଉ ସମୟରେ ଓଡିଶାର ଯାଜପୁର ଜିଲ୍ଲାର ବ୍ୟାସନଗରର ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୭ ଗିରଫ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ବେଆଇନ ମାଟି ଚୋରିକୁ ରୋକିବାକୁ ଯାଇଥିବାବେଳେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ କୋରେଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ତଦନ୍ତ କରି ଜମି ମାଲିକ, ୬ ଟ୍ରାକ୍ଟର ଡ୍ରାଇଭର, ଜେସିବି ଡ୍ରାଇଭର ସମେତ ୭ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗୋଡ଼ରେ ଗଭିର ଆଘାତ ଲାଗିଛି । ସୂଚନା ମୁତାବକ ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ ଦୁର୍ବୃତ୍ତ । ଅପରେସନ ସମୟରେ, ଅପରାଧୀମାନେ ଏନଫୋର୍ସମେଣ୍ଟ ଅଭିଯାନକୁ ବାଧା ଦେବା ପାଇଁ ତାଙ୍କୁ ଟ୍ରାକ୍ଟର ସାହାଯ୍ୟରେ ଚଢ଼ାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣରେ ପଣ୍ଡା ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୋରେଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରଥମେ କୋରେଇ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତହସିଲଦାରଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ତହସିଲଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । Post navigation Heat Wave in Odisha: ରାଜ୍ୟରେ ଅସମ୍ଭାଳ ତାତି; ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା 3D Chip Packaging Unit In Bhubaneswar: ଦେଶର ପ୍ରଥମ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ