Trump issues warning to Iran
ଶାନ୍ତି ଆଲୋଚନା ଆରମ୍ଭ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଥରେ କଡ଼ା ଚେତାବନୀ ଦେଇଛନ୍ତି ।
 
ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ବୁଧବାର ସୁଦ୍ଧା ଯଦି ଚୁକ୍ତି ନହୁଏ, ତେବେ ବର୍ତମାନ ଯୁଦ୍ଧବିରତିକୁ ଆଉ ବୃଦ୍ଧି କରାଯାଇ ପାରିବ ନାହିଁ । ଏହା ସହ ଇରାନର ବନ୍ଦରଗୁଡ଼ିକ ଉପରେ ଲାଗୁ ହୋଇଥିବା ଅବରୋଧ ନିରନ୍ତର ଜାରି ରହିବ ବୋଲି ସେ କହିଛନ୍ତି । ଯଦି ବୁଧବାର ସୁଦ୍ଧା ଇରାନ ସହିତ ଚୁକ୍ତି ନହୁଏ, ତେବେ ଆମେରିକା ପୁଣି ଥରେ ବୋମାମାଡ଼ କରିପାରେ ବୋଲି ଟ୍ରମ୍ପ କହିଛନ୍ତି ।
 
ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ଶାନ୍ତି ଆଲୋଚନା ବିଫଳ ହୋଇଥିବା ବେଳେ ଆସନ୍ତା ସୋମବାର ଦିନ ଇସଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାର ସମ୍ଭାବନା ରହିଛି ।
 
ଶୁକ୍ରବାର ଇରାନ ହର୍ମୁଜକୁ ସମସ୍ତ ବ୍ୟବସାୟିକ ଜାହାଜ ପାଇଁ ସଂପୂର୍ଣ୍ଣ ଖୋଲିଥିବା ବେଳେ ଆମେରିକା ଇରାନୀୟ ବନ୍ଦରକୁ ଅବରୋଧ କରିଛି । ତେବେ ସମୃଦ୍ଧ ୟୁରାନିୟମ ହସ୍ତାନ୍ତର କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ଇରାନ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି । 

By Nirvay

Leave a Reply

Your email address will not be published. Required fields are marked *