ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ନାବାଳକକୁ ଅଟକ ରଖିବା ପରେ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଗୋଟିଏ ସ୍କୁଲରେ ପଢନ୍ତି ଉଭୟ ଛାତ୍ର ଓ ଛାତ୍ରୀ ବୋଲି ଜଣାପଡିଛି । ସୂଚନା ମୁତାବକ, କୋଣାର୍କ ଅଞ୍ଚଳର ଗୋଟିଏ ବିଦ୍ୟାଳୟରେ ଜଣେ ନାବିଳାକାକୁ ତାଙ୍କ ସହପାଠୀ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଟ୍ୟୁସନ୍ ସରିବା ପରେ ଛାତ୍ର ଜଣକ ଛାତ୍ରୀଙ୍କୁ କୋଣାର୍କ ହେଲିପ୍ୟାଡ୍ ସ୍ଥାନକୁ ଡାକି ନେଇଥିଲା । ଏହା ପରେ ସେଠାରେ ଦୁଷ୍କର୍ମ କରିଥିଲା । ଏ ନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ କୋଣାର୍କରେ ଥାନାରା ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ନାବାଳକକୁ ଅଟକ ରଖି ଜେରା କରିବା ପରେ ସେ ମଧ୍ୟ ସତ ସ୍ୱୀକାର କରିଥିଲା । ଏହା ପରେ ପୀଡ଼ିତାଙ୍କର ଡାକ୍ତରୀମାଇନା କରାଯାଇଥିଲା । ପୋଲିସ ଛାତ୍ରକୁ ପ୍ରଥମେ ବ୍ରହ୍ମପୁର ଜୁଭେନାଇଲ୍ କୋର୍ଟରେ ହାଜର କରାଇବା ପରେ ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । Post navigation CBSE Matric Result 2026: ସିବିଏସ୍ଇ ପରୀକ୍ଷାରେ ଟପର୍ ହୋଇଥିବା ଓଡ଼ିଶାର ଦୁଇ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ Constitution Amendment Bill: ଲୋକସଭାରେ ଆଗତ ହେଲା ୩ ଗୁରୁତ୍ବପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍