ଏପ୍ରିଲ ଆରମ୍ଭରୁ ହିଁ ଗ୍ରୀଷ୍ମ ପ୍ରବାହ ଭୟଙ୍କର ରୂପ ନେଇଛି । ଗରମ ଓ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି । ତାତି ବୃଦ୍ଧି ହେତୁ ଲୋକଙ୍କ ଦୈନନ୍ଦିନ ଜୀବନରେ ଏହା ବ୍ୟାପକ ପ୍ରଭାବ ପକାଇଛି। ଆଗାମୀ ୨ ଦିନରେ ତାପମାତ୍ରା ୨ରୁ୩ ଡିଗ୍ରୀ ବଢିବା ସମ୍ଭାବନା। ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ୍‌ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଦିନର ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ  ପରାମର୍ଶ ଦିଆଯାଇଛି। ଲୋକମାନଙ୍କୁ ପ୍ରଚୁର ପାଣି ପେଇବା ସହ ହାଲୁକା ପୋଶାକ ପିନ୍ଧିବା ଓ ହିଟ୍‌ଷ୍ଟ୍ରୋକ୍‌ରୁ ରକ୍ଷା ପାଇଁ ସତର୍କ ରହିବାକୁ କୁହାଯାଇଛି।

ଅନ୍ୟପଟେ କିଛି ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଉତ୍ତର-ପୂର୍ବ ଭାରତରେ ଏକ ଲଘୁଚାପ କ୍ଷେତ୍ର ଜାରି ରହିବା ହେତୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପାଣିପାଗ କାର୍ଯ୍ୟକଳାପ ଆଶା କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ ପ୍ରଦେଶ, ସିକିମ, ନାଗାଲାଣ୍ଡ ଏବଂ ଓଡ଼ିଶା ଏବଂ ମେଘାଳୟର କିଛି ଅଂଶରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ଏବଂ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *