ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ୍ ଜନଗଣନା । ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ପ୍ରଥମ ଥର ପାଇଁ ଡିଜିଟାଲ୍ ଜନଗଣନା ୨୦୨୬ ଆରମ୍ଭ ହୋଇଛି। ଆଜି ଘର ଘର ବୁଲି ଜନଗଣନା କରିବେ ୯୦ ହଜାର ୨୦୦ ଅଧିକାରୀ । ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଡିଜିଟାଲ୍ ଜନଗଣନା। ଏଥିପାଇଁ ୧୫,୧୪୦ ସୁପରଭାଇଜର୍ ନିଯୁକ୍ତ ହୋଇ ଥିବା ଜନସଂଖ୍ୟା ନିର୍ଦ୍ଦେଶାଳୟର ସୂଚନା ଦେଇଛି । ପ୍ରତି ଜନଗଣନା ଅଧିକାରୀ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜଣେ ଅଧିକାରୀଙ୍କୁ ୨୦୦ରୁ ୨୨୦ଟି ଘର ଗଣତି କରିବାକୁ ହେବ । ଘର ଗଣିବା ସହ ନମ୍ବରିଂ କରିବେ ଓ ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ କରିବେ ଅଧିକାରୀ । ଏପ୍ରିଲ ୧୬ରୁ ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜିଟାଲ୍ ଜନଗଣନା । ସୂଚନା ଯୋଗ୍ୟ; ପ୍ରଥମ ଥର ଜନଗଣନା କାର୍ଯ୍ୟକୁ ଡିଜିଟାଲ ପ୍ରକ୍ରିୟାରେ କରାଯାଉଛି। ଯେ କୌଣସି ବ୍ୟକ୍ତି ସେନ୍ସସ୍ ପୋର୍ଟାଲରେ ଲଗ୍ ଇନ୍ କରି ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ଼ କରିପାରିବେ । ଏହି ଜଣ ଗଣନାରେ ଜିଲ୍ଲାପାଳ ଓ ମହାନଗର ନିଗମର କମିସନରମାନେ ପ୍ରମୁଖ ଜନଗଣନା ଅଧିକାରୀ ରହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହ ଜିଲ୍ଲାପାଳଙ୍କ ଅଧୀନରେ ପ୍ରତ୍ୟେକ ତହସିଲଦାର ଓ ବୈଧାନିକ ସହରଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଚାର୍ଜ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକମାନଙ୍କୁ ଗଣନାକାରୀ ଏବଂ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। Post navigation 5 Jawans Injured: ସରଣ୍ଡାରେ ସୁରକ୍ଷାବଳ-ମାଓବାଦୀ ଗୁଳି ବିନିମୟରେ ୫ ଯବାନ ଆହତ; ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ Heat Wave Warning: ଆଗାମୀ ୨ ଦିନରେ ତାପମାତ୍ରା ବଢିବା ସମ୍ଭାବନା; ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି