ଆହୁରି ୫ ଦିନ ବଢିପାରେ ସୁଭଦ୍ରା ପଞ୍ଚିକରଣର ଅବଧି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ଏ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ପଞ୍ଜିକରଣ ଅବଧି ବୃଦ୍ଧି ନେଇ ସଙ୍କେତ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ୨୧ ରୁ ୬୦ ବର୍ଷ ବୟସର ମହିଳାଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ନୂତନ ହିତାଧିକାରୀ ୧ ଏପ୍ରିଲରୁ ୩୦ ଏପ୍ରିଲ, ୨୦୨୬ ମଧ୍ୟରେ ଆବେଦନ କରିପାରିବେ। ଆବେଦନକାରୀଙ୍କ ସଂଖ୍ୟା ବହୁତ କମ ଅଛି କିନ୍ତୁ ସମୟ ପର୍ଯ୍ୟାପ୍ତ ଅଛି। ଯଦି ଟେକ୍ନିକାଲ ଅସୁବିଧା ଯଦି କେଉଁଠି ହେଉଛି, ତାହେଲେ ଆମେ ଆଉ ୫ ଦିନ ସମୟ ଅବଧି ବଢା଼ଇଦେବୁ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା, ଯୁବତୀମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାଁନ୍ତି, କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ। ମହିଳାମାନେ ସାଧାରଣ ସେବା କେନ୍ଦ୍ର (CSC) ଏବଂ ଆମ ସେବା କେନ୍ଦ୍ର ମାଧ୍ୟମରେ ସୁଭଦ୍ରା ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। ପୂର୍ବରୁ ଆବେଦନକାରୀଙ୍କୁ ପୁଣି ବିଚାର କରାଯିବ ନାହିଁ। ସେ ବ୍ୟାଖ୍ୟା କରିଛନ୍ତି ଯେ ସରକାର ୨୦୨୬-୨୭ ଆର୍ଥିକ ବର୍ଷରୁ ଦୁଇଟି କିସ୍ତିରେ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *