Inventory of inner Ratna Bhandar of Jagannath temple to begin from Monday
ଆଜି ଶେଷ ହୋଇପାରେ ବାହାର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା । ଆସନ୍ତା ୧୩ ତାରିଖ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେବ ଭିତର ରତ୍ନଭଣ୍ଡାର ଗଣତିମଣତି ।
 
ତେବେ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତିରେ ପାଇଁ ଗଣତି ମଣତି ବନ୍ଦ ରହିବ । ପୁଣି ୧୬ ତାରିଖରୁ ୧୮ ଯାଏଁ ଗଣତି ମଣତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
 
ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି । ଗଣତିମଣତି ସାରି ଶ୍ରୀମନ୍ଦିରରୁ ଫେରିବା ପରେ ଡ. ପାଢ଼ୀ ଏହି ସୂଚନା ଦେଇଥିଲେ । କହିରଖୁଛୁ ଯେ, ବୁଧବାର ଠାରୁ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଥିଲା ଟ୍ରେଜେରିରୁ ଚାବି ଅଣାଯାଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯାଇଥିଲା ।
 

By Nirvay

Leave a Reply

Your email address will not be published. Required fields are marked *