ସାମ୍ନାକୁ ଆସିଲା ଚିନ୍ତାଜନକ ତଥ୍ୟ । ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ । ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ ଖାଦ୍ୟ ଅପମିଶ୍ରଣ, କଳାବଜାର, ଓଜନ ଠକେଇ ଓ ଖାଦ୍ୟ ସାମଗ୍ରୀ ବେଆଇନ ମହଜୁଦ ରଖିବା ଅଭିଯୋଗରେ ୨୦୨୦ରୁ ବର୍ତ୍ତମାନ ସୁଦ୍ଧା କେତେ ଚଢ଼ାଉ ହୋଇଛି, କେତେ ମାମଲା ରୁଜୁ ହୋଇଛି ଏବଂ ଏ ସଂକ୍ରାନ୍ତରେ କେତେ ମାମଲାରେ ଦଣ୍ଡ ବିଧାନ ହୋଇଛି ।

ଏହାର ଉତ୍ତରରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ବିଷାକ୍ତ ଖାଦ୍ୟର ହଟ୍‌ସ୍ପଟ୍‌ ପାଲଟିଛି ନୟାଗଡ଼, କଟକ, ଖୋର୍ଦ୍ଧା । ୨୦୨୫-୨୬ରେ ୧ ଲକ୍ଷ ୬୦ ହଜାର ୧୩୪ଟି ସ୍ଥାନରେ ରେଡ୍‌ କରାଯାଇଛି । ୪୭ଟି ମାମଲା ରୁଜୁ, ୫ ଲକ୍ଷ ୧୯ ହଜାର ଜରିମାନା ଆଦାୟ କରାଯାଇଛି ।

ନୟାଗଡରେ ୧୬ହଜାର ୩୦୦, କଟକରେ ୧୬ ହଜାର ୧୬ ଓ ଖୋର୍ଦ୍ଧାରେ ୧୫ ହଜାର ୩୩୪ ଚଢ଼ାଉ ହୋଇଛି । କେନ୍ଦୁଝରରେ ସର୍ବାଧିକ ଭେଜାଲ ଖାଦ୍ୟର ମାମଲା ଆସିଛି । ସେଠି ୯ଟି ମାମଲା ସାମ୍ନାକୁ ଆସିଥିବା ନେଇ ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି।

Leave a Reply

Your email address will not be published. Required fields are marked *