କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । କ୍ରସ୍ ଭୋଟିଂ ପାଇଁ ନିଲମ୍ବନ ହୋଇଛନ୍ତି ୩ ବିଧାୟକ । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ଜଣାପଡିଛି। ଏ ନେଇ ଆଜି କଂଗ୍ରେସ ମିଡ଼ିଆ ସେଲ୍ ସଭାପତି ଅରବିନ୍ଦ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ନିଲମ୍ବିତ ୩ ବିଧାୟକ ଦଳୀୟ ହୁଇପ୍ ଉଲ୍ଲଘଂନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ମୁଖିଆଙ୍କ ତାଗିଦ ସତ୍ତ୍ୱେ ଦଳ ବିରୋଧରେ ଯାଇ ଘୋଡ଼ା ବେପାରରେ ବିକ୍ରି ହୋଇଥିଲେ ଏବଂ କ୍ରସ୍ ଭୋଟିଂ କରିଥିଲେ । ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟିର ଆକ୍ସନ୍ ନେଇଛି । ଏହା ସହ ଆଗାମୀ ଦିନରେ ସେମାନଙ୍କୁ ଦଳରୁ ବହିଷ୍କୃତ କରାଯିବ ସହିତ ସଦସ୍ୟ ପଦ ରଦ୍ଦ ପାଇଁ ଏସଆଇସିସିକୁ ଚିଠି ଲେଖାଯାଇଛି । ଏପରିକି ସେମାନେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଆଲୋଚନା ପାଇଁ ମଧ୍ୟ ବେଙ୍ଗାଲୁରୁ ଯାଇନଥିଲେ । ଯାହାକି ସେମାନେ ଦଳଠୁ ଦୂରେଇ ଯାଇଥିବାର ପ୍ରମାଣ ମିଳିଛି । ତେଣୁ ଏମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅରବିନ୍ଦଙ୍କ କହିବା ଅନୁସାରେ, ଅତୀତରେ ଶରଦ ଯାଦବଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ପୁନରାବୃତ୍ତି ହେବ । ଯେଉଁ ଆଧାରରେ ଶରଦ ଯାଦବଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ସେହି ଆଧାରରେ ଏମାନଙ୍କ ସଦସ୍ୟ ପଦ ରଦ୍ଦ ପାଇଁ ସୁପାରିଶ କରାଯିବ । Post navigation Dilip Ray Visits Puri: ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ Odisha Assembly: ଗୃହ ଆରମ୍ଭରୁ ବିରୋଧୀ ହଙ୍ଗାମା; ମଧ୍ୟାହ୍ନ ୧୨ ଟା ଯାଏ ଗୃହ ମୁଲତବୀ କଲେ ବାଚସ୍ପତି