193-mps-submit-notice-to-remove-cec-gyanesh-kumar
ରାଜନୈତିକ ଦଳଗୁଡ଼ିକ ପ୍ରତି ପକ୍ଷପାତପୂର୍ଣ୍ଣ ବ୍ୟବହାର କରୁଥିବା ଅଭିଯୋଗରେ ବିଭିନ୍ନ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ପଦରୁ ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ପାଇଁ ନୋଟିସ୍ ଦାଖଲ କରିଛନ୍ତି ।
 
ନୋଟିସ୍ ରେ ବିଭିନ୍ନ ବିରୋଧୀ ଦଳର ପ୍ରାୟ ୧୯୩ ଜଣ ସାଂସଦଙ୍କ ଦସ୍ତଖତ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ୧୩୦ ଲୋକସଭା ଓ ୬୩ ରାଜ୍ୟସଭା ସାଂସଦଙ୍କ ଦସ୍ତଖତ ରହିଛି । ସେମାନଙ୍କର ଆପତ୍ତି ନିର୍ବାଚନ ତାଲିକା ସଂଶୋଧନ ଏବଂ କମିଶନଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମୟରେ ହୋଇଥିବା ଅନିୟମିତତା ସହିତ ଜଡିତ ।
 
କହିରଖୁଛୁ ଯେ ସମ୍ବିଧାନ ଅନୁଯାୟୀ, ମୁଖ୍ୟ ନିର୍ବାଚନ କମିଶନରଙ୍କୁ କେବଳ ଭାରତର ସୁପ୍ରିମକୋର୍ଟର ବିଚାରପତିଙ୍କୁ ଅପସାରଣ କରିବା ପାଇଁ ବ୍ୟବହୃତ ପ୍ରକ୍ରିୟା ପରି ଏକ ପ୍ରକ୍ରିୟା ମାଧ୍ୟମରେ ବହିଷ୍କାର କରାଯାଇପାରିବ । ଏହି ପ୍ରସ୍ତାବକୁ ପ୍ରଥମେ ଗୃହର ଅଧ୍ୟକ୍ଷଙ୍କ ଦ୍ୱାରା ଗ୍ରହଣ କରାଯିବା ଆବଶ୍ୟକ ଏବଂ ତା’ପରେ ସଂସଦର ଉଭୟ ଗୃହରେ ସ୍ୱତନ୍ତ୍ର ବହୁମତ ସହିତ ଗୃହୀତ ହେବାକୁ ପଡିବ ।

By Nirvay

Leave a Reply

Your email address will not be published. Required fields are marked *