Govt allocates additional kerosene to states amid West Asia turmoil
ପଶ୍ଚିମ ଏସିଆ ବିବାଦ ଯୋଗୁଁ ଯୋଗାଣ ସଙ୍କଟ ଦେଖାଦେଇଥିବା ବେଳେ ସରକାର କିରୋସିନ ଏବଂ କୋଇଲା ଭଳି ବିକଳ୍ପ ଇନ୍ଧନର ବ୍ୟବହାର ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ରନ୍ଧନ ଗ୍ୟାସ ସଂକଟ ଦେଖାଦେବାରୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଏଲପିଜିର ବିକଳ୍ପ ଭାବରେ ରାଜ୍ୟଗୁଡିକୁ ବଣ୍ଟନ କରିଛନ୍ତି ।
 
ସରକାର ପ୍ରତି ତ୍ରୈମାସିକରେ ରାଜ୍ୟଗୁଡ଼ିକୁ କିରୋସିନି ଆବଣ୍ଟନକୁ ୧୦୦,୦୦୦ କିଲୋଲିଟରରୁ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କୁ ଆଉ ୪୮,୦୦୦ କିଲୋଲିଟର କିରୋସିନି ପ୍ରଦାନ କରାଯିବ ବୋଲି ଯୁଗ୍ମ ସଚିବ, ମାର୍କେଟିଂ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ସୁଜାତା ଶର୍ମା କହିଛନ୍ତି ।
 
ତୈଳ ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅତିରିକ୍ତ କିରୋସିନ ବଣ୍ଟନ ପବ୍ଲିକ ଡିଷ୍ଟ୍ରିବୁସନ ସିସ୍ଟମ ମାଧ୍ୟମରେ କରାଯିବ ଯାହା ଦ୍ୱାରା ସଂକଟାପନ୍ନ ଏବଂ ନିମ୍ନ ଆୟବର୍ଗର ଘରୋଗୁଡିକ ଇନ୍ଧନ ପାଇବେ ।
 

By Nirvay

Leave a Reply

Your email address will not be published. Required fields are marked *