Odisha CM flags concern of President Murmu during West Bengal visit
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ତାଙ୍କ ପ୍ରତି ପ୍ରଦର୍ଶିତ ହୋଇଥିବା ଅସମ୍ମାନଜନକ ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ।
 
ଏହା କେବଳ ସାନ୍ତାଳ ସମ୍ପ୍ରଦାୟ ନୁହେଁ, ବରଂ ଦେଶର କୋଟି କୋଟି ଜନସାଧାରଣ ଓ ଆଦିବାସୀ ଭାଇଭଉଣୀଙ୍କ ଭାବନାକୁ ଗଭୀର ଆଘାତ ଦେଇଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୀଙ୍କୁ ପତ୍ର ଲେଖି ମୁଁ ମୋର ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ନିଜର ଆପତ୍ତି ଜଣାଇଛି ବୋଲି ସେ କହିଛନ୍ତି ।
 
ପଶ୍ଚିମବଙ୍ଗ ସରକାର ଓ ମୁଖ୍ୟମନ୍ତ୍ରୀ ଏହି ଘଟଣାର ଗମ୍ଭୀରତାକୁ ଅନୁଭବ କରି ନିଜର ଭୁଲ୍ ସ୍ୱୀକାର କରିବେ ଏବଂ ରାଷ୍ଟ୍ରପତିଙ୍କ ପ୍ରତି ଉଚିତ୍ ସମ୍ମାନ ପ୍ରଦର୍ଶନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।
Odisha CM flags concern of President Murmu during West Bengal visit

By Nirvay

Leave a Reply

Your email address will not be published. Required fields are marked *