ଆସନ୍ତା ୧୬ ତାରିଖ ଓଡ଼ିଶାର ଚାରିଟି ରାଜ୍ୟସଭା ଆସନ ସକାଶେ ନିର୍ବାଚନ ହେବ । ଯେହେତୁ ୫ ଜଣ ପ୍ରାର୍ଥୀ ଅଛନ୍ତି, ସେହେତୁ ଅତ୍ୟନ୍ତ ରୋଚକ ସ୍ଥିତିକୁ ଚାଲିଯାଇଛି ଚଳିତ ରାଜ୍ୟସଭା ନିର୍ବାଚନ । ବିଜୁ ଜନତା ଦଳ ଦୁଇଜଣଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ଦ୍ୱିତୀୟ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରୁଛି। ଭାରତୀୟ ଜନତା ପାର୍ଟି ଦୁଇ ଜଣଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛି । ଏହି କାରଣରୁ ଅତ୍ଯନ୍ତ ରୋଚକ ସ୍ଥିତିକୁ ଯାଇଛି ଚଳିତ ରାଜ୍ୟସଭା ନିର୍ବାଚନ।

କିନ୍ତୁ ରାଜ୍ୟସଭା ନିର୍ବାଚନରେ ହ୍ୱିପକୁ ନେଇ ଅନେକ ଦ୍ବନ୍ଦ୍ବ ବା ସନ୍ଦେହ ସୃଷ୍ଟି କରାଯାଉଛି। କିନ୍ତୁ ନିର୍ବାଚନ କମିଶନ ୨୦୧୭ରେ ସ୍ପଷ୍ଟ କରିଦେଇଛନ୍ତି ଯେ ଦଶମ ଅନୁଚ୍ଛେଦ ଅନୁସାରେ ରାଜ ଜ୍ୟସଭା ନିର୍ବାଚନ ପା ପାଇଁ କୌଣସି ହ୍ୱିପ୍ ଜାରି କରାଯାଇ ପାରିବ ନାହିଁ । ଅର୍ଥାତ ଦଳୀୟ ନିର୍ଦ୍ଦେଶକୁ ଅବମାନନା କରି ବିବେକ ଅନୁସାରେ ଯେକେହି ବିଧାୟକ ତାଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବେ। କାରଣଟି ହେଲା ଯେ ଯେହେତୁ ରାଜ୍ଯସଭା ନିର୍ବାଚନ ବିଧାନସଭା ପ୍ରୋସିଡିଂ ବା ବିବରଣୀ ଭୁକ୍ତ ନୁହେଁ, ଏହା ନିର୍ବାଚନ କମିଶନ‌ଙ୍କ କମିଶନଙ୍କ ପରିଚାଳିତ ସେହେତୁ କୌଣସି ରାଜନୈତିକ ଦଳ ହ୍ୱିପ୍ ଜାରି କରି ଦଳୀୟ ବିଧାୟକଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ବାଧ୍ୟ କରିପାରିବେ ନାହିଁ ।

ଅର୍ଥାତ ସ୍ପଷ୍ଟ ଯେ ତିନିଟି ରାଜନୈତିକ ଦଳ ହ୍ୱିପ୍ ଜାରି କରିପାରିବେ ନାହିଁ । ଏହା ଭିତରେ ୪ଟି ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ତା’ଛଡ଼ା ଉପନିର୍ବାଚନ ବି ଅଛି। କିନ୍ତୁ ଏଥର ଏହି ହ୍ୱିପ୍ ଉପରେ ଅଧିକ ବିତର୍କ ଏଥିପାଇଁ କରାଯାଉଛି ଯେ ଅନେକ ବିଧାୟକ ସେମାନଙ୍କ ସେ ମନ ପସନ୍ଦର ପ୍ରାର୍ଥୀଙ୍କୁ ଦଳୀୟ ନିର୍ଦ୍ଦେଶ ସତ୍ତ୍ୱେ ଭୋଟ ଦେବାର ସମ୍ଭାବନା ଅଛି।

କିନ୍ତୁ ରାଜ୍ୟସଭା ନିର୍ବାଚନରେ ଆଉ ଗୋପନ ବ୍ୟାଲେଟ ବ୍ୟବସ୍ଥା ନାହିଁ । ସୁତରାଂ ବିଧାୟକମାନେ ଦଳୀୟ ଏଜେଣ୍ଟଙ୍କୁ ଭୋଟ କାଗଜ ଦେଖାଇବେ । ୨୦୦୩ ପୂର୍ବରୁ ଗୁପ୍ତ ଭୋଟିଂ ଥିଲା । ସବୁ ରାଜନୈତିକ ଦଳ ଜଣେ ଜଣେ ପୋଲି ଏଜେଣ୍ଟ ରଖିବେ। ଦଳୀୟ ବିଧାୟକମାନେ ସେମାନଙ୍କୁ ଭୋଟ କାଗଜ ଦେଖାଇବାକୁ ପଡ଼ିବ। ନଦେଖାଇଲେ କାର୍ଯ୍ୟାନୁଷ୍ଠାନର ଆଶଙ୍କା ଅଛି । କିନ୍ତୁ ଏଜେଣ୍ଟମାନେ ବିଧାୟକ କାହାକୁ ଭୋଟ ଦେଇଛନ୍ତି, ସେ ବାବଦରେ ଭୋଟ ବେଳେ କିଛି କହିପାରିବେ ନାହିଁ । କେବଳ ଦେଖିବେ ଓ ହଁ ଭରିବେ।

ସେଥ‌ିପାଇଁ ବିଜଦ ସଭାପତି ନବୀନ ପଟନାୟକ ଦଳର ଯେଉଁ ବିଧାୟକମାନଙ୍କୁ ଡାକୁଛନ୍ତି, ସେମାନଙ୍କୁ କେବଳ ଗୋଟିଏ କଥା କହୁଛନ୍ତି ଯେ ଏଥର ଓପନ ବ୍ୟାଲେଟ୍ ହେଉଛି। ଜଣାପଡ଼ିଯିବ ଆପଣ କାହାକୁ ଦେଉଛନ୍ତି । ଆପଣଙ୍କର ସମ୍ମାନ ଯିବ । କିନ୍ତୁ ପ୍ରଥମ ଥର ପାଇଁ ଓପନ ବ୍ୟାଲେଟ ଚଳିତ ଥର ଆରମ୍ଭ ହେଉଛି କି ? ୨୦୦୪ରୁ ଏହା ଚାଲିଆସୁଛି । ୨୦୧୦ ନିର୍ବାଚନ ବେଳେ ନବୀନଙ୍କ ବିଜଦ ଘୋଡ଼ା ବେପାର କରି ନଥିଲା କି ? ଶିବାଜୀ ମାଝୀ ପ୍ରସଙ୍ଗ ବିଜଦ ଭୁଲିଯିବା ଉଚିତ ନୁହେଁ।

ପ୍ରଶ୍ନ ଉଠିପାରେ ଯେ ସ୍ୱାଧୀନ ବିଧାୟକ ଭୋଟ କାଗଜ କାହାକୁ ଦେଖାଇବେ ? ଓଡ଼ିଶା ବିଧାନସଭାରେ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି । ସେମାନେ ଶାସକ ଭାଜପାକୁ ସମର୍ଥନ କରୁଛନ୍ତି। ସେମାନେ ମଧ୍ୟ ପ୍ରସ୍ତାବକ ମାନେ ଅଛନ୍ତି । ଏହି କାରଣରୁ ସେମାନେ ଭାଜପା ଏଜେଣ୍ଟଙ୍କୁ ଭୋଟ କାଗଜ ଦେଖାଇ ପାରିବେ ।

କିନ୍ତୁ ଆଉ ଏକ ଭିନ୍ନ ଧରଣର ସମସ୍ୟା ଅଛି ବିଜଦ ଓ କଂଗ୍ରେସ ପାଇଁ । ମେଣ୍ଟକୁ ନେଇ ବଡ଼ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ବିଜଦ ଓ କଂଗ୍ରେସ ବିଧାୟକଙ୍କ ଭିତରେ। ପୁଣି ରାଜନୈତିକ ଭବିଷ୍ୟତ କଥା ଅଛି। ଏହି ଅନୈତିକ ମେଣ୍ଟ ପାଇଁ ଅନେକ ବିଧାୟକ ସ୍ୱାଧୀନ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି। ଭବିଷ୍ୟତତ ଚିନ୍ତା ହିଁ ଅନେକ ହଟଚମଟ କରିପାରେ ଆସନ୍ତା ରାଜ୍ୟସଭା ନିର୍ବାଚନରେ।

Leave a Reply

Your email address will not be published. Required fields are marked *