ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ । ହୃଦରୋଗ ସମସ୍ୟା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ସକାଳ ୯ଟାରେ ଦିଲ୍ଲୀ ଯାଇଛନ୍ତି ରାଜସ୍ୱ ମନ୍ତ୍ରୀ । AIIMS ଭୁବନେଶ୍ୱରର ଡାକ୍ତରମାନେ ତାଙ୍କର ଆଞ୍ଜିଓଗ୍ରାଫି କରିଥିଲେ ଏବଂ ଆବଶ୍ୟକ ଚିକିତ୍ସା କରିଥିଲେ। ଡାକ୍ତରୀ ପରାମର୍ଶ ପରେ, ତାଙ୍କୁ ପରବର୍ତ୍ତୀ ସମୟରେ ଅଧିକ ଉନ୍ନତ ଚିକିତ୍ସା ପାଇଁ ଜାତୀୟ ରାଜଧାନୀକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ସୁରେଶ ପୂଜାରୀଙ୍କୁ ନେଇ ଉଠିଥିବା ଗୁଜବଠୁ ଦୂରେଇ ରହିବାକୁ ସତର୍କ କରାଯାଇଛି। ସୂତ୍ରରୁ ଜଣାପଡିଛି ଯେ ସୁରେଶ ପୂଜାରୀ ଭଲ ଅଛନ୍ତି । ଏବଂ ହସ୍ପିଟାଲରେ ଡାକ୍ତରଙ୍କ ଅବଜରଭେସନ୍ ସମୟରେ ମଧ୍ୟ ସେ ସାଧାରଣ ଦିନର ଭଳି ସରକାରୀ କାର୍ଯ୍ୟ ସଂଚାଳନ କରିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ ଚେକ୍ଅପ୍ ପାଇଁ ସେ ଦିଲ୍ଲୀସ୍ଥିତ AIIMS କୁ ଯାଇଛନ୍ତି। Post navigation Biju Patnaik Birth Anniversary: ବିଜୁ ବାବୁଙ୍କ ୧୧୦ତମ ଜୟନ୍ତୀ; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Rajya Sabha Election: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନୀତିଶ କୁମାର