ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ । ଚଢ଼ାଉ କରି ୨ ଜଣଙ୍କୁ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ । ସିମ୍ ବକ୍ସ ଦ୍ବାରା ରାଜସ୍ବ କ୍ଷତି ଓ ସହ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିଲା । ଅନ୍ତର୍ଜାତୀୟ କଲ୍କୁ ଲୋକାଲ୍ କଲ୍ରେ ପରିଣତ କରୁଥିଲେ । ମୋଟ ୧୦ଟି ସିମ୍ ବକ୍ସ ମିଳିଥିବା ଜଣାପଡ଼ିଛି । ଏହା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଧରାପଡ଼ିଥିବା ୨ ବ୍ୟକ୍ତି କେରଳର, ଆସାମରୁ ସିମ୍ ଆଣିଥିଲେ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ସିମ୍ ବକ୍ସ ଜବତ କରିଛି । ଏମାନେ ବାଂଲାଦେଶର ବକ୍ସ ଏବଂ ଆସାମରୁ ସିମ୍ କିଣି ଭୁବନେଶ୍ୱରରେ କାମ କରୁଥିଲେ । ଏମାନେ ମଧ୍ୟ ପ୍ରାଚ୍ୟ ଦେଶର କଲକୁ ଲୋକାଲ୍ କଲରେ ପରିବର୍ତ୍ତନ କରି ଲୋକଙ୍କୁ ଲୁଟୁ ଥିଲେ । ୨୦୨୪ ମସିହାରେ ଲକ୍ଷ୍ମୀସାଗର ଅଞ୍ଚଳରୁ ସିମ୍ ବକ୍ସ ଜବତ କରାଯାଇଥିଲା । ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ କଲ୍ ଆସୁଥିଲା । ମାଷ୍ଟର ମାଇଣ୍ଡ ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ ଥିଲା । Post navigation Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍ ଫର୍ମ କିଣିଲା ବିଜେପି US-Israel-Iran War: ମଧ୍ୟପ୍ରାଚ୍ୟରେ ଯୁଦ୍ଧ; ଶାନ୍ତି ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି