ବଢ଼ିଲା ରାଜ୍ୟସଭା କସରତ । ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେଡ଼ି ପରେ ଏବେ ଫର୍ମ କିଣିଛି ବିଜେପି । ୧୬ ସେଟ୍‌ ଫର୍ମ କିଣିଲା ବିଜେପି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ୫ ବିଧାୟକ ଯାଇ କିଣିଲେ ଫର୍ମ ।

ବିଜେପି ୨ ଟି ଆସନ ହାତେଇବା ସ୍ପଷ୍ଟ ଥିବାବେଳେ ଆଉ ଗୋଟିଏ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଦେଇପାରେ । ଯଦି ଜଣକା ୨ଟି ଲେଖାଏଁ ସେଟ୍ ନାମାଙ୍କନ ଦାଖଲ କରନ୍ତି ତେବେ ମାତ୍ର ୬ଟି ଫର୍ମ ଆବଶ୍ୟକ । ଅଥବା ଜଣକା ୩ଟି କିମ୍ବା ୪ଟି ଲେଖାଏଁ ନାମାଙ୍କନ ଦାଖଲ କରନ୍ତି ତଥାପି ଯଥାକ୍ରମେ ୯ କିମ୍ବା ୧୨ଟି ଫର୍ମ ଆବଶ୍ୟକ । କିନ୍ତୁ ୧୬ଟି ଫର୍ମ କିଣିବା ରାଜନୈତିକ ଆଲୋଚନାକୁ ବଢ଼ାଇ ଦେଇଛି । ତେଣୁ ଦଳ ୪ ଜଣ ପ୍ରାର୍ଥୀଙ୍କ ରାଜ୍ୟସଭା ପାଇଁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।

ସେପଟେ କିଏ ପ୍ରାର୍ଥୀ ହେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ଆଜି କିମ୍ବା ଆସନ୍ତାକାଲି ଦଳ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି ।

ସୂଚନା ଯୋଗ୍ୟ, ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜିଠୁ ମାର୍ଚ୍ଚ ୫ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ରହିଛି । ମାର୍ଚ୍ଚ ୬ ରେ ନାମାଙ୍କନ ଯାଞ୍ଚ ହେବ । ମାର୍ଚ୍ଚ ୯ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୬ରେ ରାଜ୍ୟସଭା ନିର୍ବାଚନ ହେବ । ଓଡିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଓଡିଶା ସମେତ ୧୦ ରାଜ୍ୟରେ ଖାଲି ହେଉଛି ୩୭ ଆସନ ।

Leave a Reply

Your email address will not be published. Required fields are marked *