ବିଜୁ ଜନତା ଦଳର ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ନାରୀ ସୁରକ୍ଷା ସମ୍ପର୍କରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଅନୁଗୋଳର କଣିହାଁ, ସମ୍ବଲପୁରର କୁଚିଣ୍ଡା ଏବଂ ପାରାଦ୍ୱୀପ ଅଞ୍ଚଳରୁ ଆସୁଥିବା ଦୁଷ୍କର୍ମର ଖବର ବିଚଳିତ କରିଦେଉଛି । ସବୁଆଡ଼େ ଅରାଜକତା, ସବୁଠି ମା’ଭଉଣୀ ଅସୁରକ୍ଷିତ । ନାବାଳିକାଙ୍କଠୁ ନେଇ ଭିନ୍ନକ୍ଷମ ଯୁବତୀ କେହି ବି ସୁରକ୍ଷିତ ନାହାନ୍ତି । ବାରମ୍ବାର ଦୁଷ୍କର୍ମ ପରି ହୀନ ଘଟଣା ଘଟୁଥିଲେ ବି ସରକାର କୌଣସି ଦୃଷ୍ଟାନ୍ତମୂଳକ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅପରାଧୀଙ୍କ ସାହସ ବଢ଼ୁଛି ବୋଲି ବିରୋଧୀ ଦଳ ନେତା କହିଛନ୍ତି । ନାରୀଙ୍କ ସୁରକ୍ଷା ନେଇ ସରକାର ଲମ୍ବା ଲମ୍ବା ଭାଷଣ ଦେଉଥିବା ବେଳେ ବାସ୍ତବ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ନବୀନ କହିଛନ୍ତି । ସରକାର ନାରୀଙ୍କ ସୁରକ୍ଷା ନେଇ ସଚେତନତା ବ୍ୟାପକ କରିବା ଦିଗରେ ତତ୍ପର ହେବା ଉଚିତ୍ ବୋଲି ସେ କହିଛନ୍ତି । Post navigation Election Petition Dismissed: ଡାନିଙ୍କ ନିର୍ବାଚନୀ ମାମଲା ଖାରଜ Delhi Liquor Policy Case: ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ ଏବଂ ସିସୋଦିଆ ନିର୍ଦ୍ଦୋଷ ସାବ୍ୟସ୍ତ