Oplus_131072

ଏନ୍‌ସିଇଆର୍‌ଟି ବହିରେ ‘ନ୍ୟାୟିକ ଦୁର୍ନୀତି’ ଅଧ୍ୟାୟକୁ ନେଇ ସୁପ୍ରିମ୍‌ କୋର୍ଟ କ୍ଷୁବ୍ଧ ହେବା ଏବଂ ଏହା ଏକ ସୁନିୟୋଜିତ ଷଡ଼ଯନ୍ତ୍ର ବୋଲି ପ୍ରଧାନ ବିଚାରପତି କହିବା ସରକାରଙ୍କୁ ବିଶେଷ କରି ଶିକ୍ଷା ମନ୍ତ୍ରଣାଳୟକୁ ବଡ଼ ଅଡୁଆରେ ପକାଇ ଦେଇଛି ।  କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ କ୍ଷୁବ୍ଧ ହୋଇଛନ୍ତି ଏବଂ ଅସନ୍ତୋଷ ପ୍ରକଟ କରିଛନ୍ତି । ଏହି ଘଟଣା ପଛରେ କାହାର ହାତ ଅଛି ତାକୁ ନେଇ ଚର୍ଚ୍ଚା ଭିତରେ ଆଲୋଚନାକୁ ଆସୁଛି ଏଜୁକେଶନାଲ କନ୍‌ସଲଣ୍ଟାଣ୍ଟ ଇଣ୍ଡିଆ ଅର୍ଥାତ୍ ଏଡୁସିଲ୍ । ତେବେ ଏଡ଼ୁସିଲ କ’ଣ ନାଟର ଗୋବଦ୍ଧନ ।

ଏଡ଼ୁସିଲ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ମିନିରତ୍ନ ସିପିଏସ୍‌ଇ (ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ )। ଏହା ଏକ ପ୍ରଚୁର ଲାଭ ହାସଲ କରୁଥିବା ସଂସ୍ଥା ଅଟେ । ଏଡୁସିଲ ଏନ୍‌ସିଇଆର୍‌ଟି ବହି ଏବଂ ଅନ୍ୟ ଶିକ୍ଷା ସାମଗ୍ରୀର ଟେକ୍ନୋଲୋଜି, ଡିଜାଇନ ଏବଂ ଲଜିଷ୍ଟିକ୍ ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିଥାଏ।

ଏନ୍‌ସିଇଆର୍‌ଟିର ପୁସ୍ତକ ପ୍ରସ୍ତୁତିରେ ଏଡୁସିଲ୍ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ସନ୍ଦେହ ଏବେ ଏହି ସଂସ୍ଥା ଉପରେ। କୁହାଯାଏ ଯେ ଶିକ୍ଷା ବିଭାଗକୁ କୌଣସି ଗୁରୁତ୍ବପୂର୍ଣ ପ୍ରସଙ୍ଗ ପୁସ୍ତକରେ ସ୍ଥାନିତ ପାଇଁ ପ୍ରସ୍ତାବ ଆସିଲେ ଏହା ସିଧାସଳଖ ଏଡ଼ୁ ସିଲକୁ ଦିଆଯାଇଥାଏ। ଏନ୍‌ସିଇଆର୍‌ଟିର ପୁସ୍ତକ ପ୍ରସ୍ତୁତି ପାଇଁ ସତନ୍ତ୍ର ଟିମ୍ ଏବଂ ବୋର୍ଡ ରହିଥିଲେ ମଧ୍ୟ ଏଡ଼ୁସିଲ୍ ଅଧୀକାରୀଙ୍କ ଦବ୍‌ଦବା ଅଧିକ ଏନ୍‌ସିଇଆର୍‌ଟି ଏବଂ ଶିକ୍ଷା ମନ୍ତ୍ରଣାଳୟରେ। ତେଣୁ ଏହି ନ୍ୟାୟିକ ଦୁର୍ନୀତି ଅଧ୍ୟାୟ ସାମିଲ କରିବା ପଛରେ ଏଡୁସିଲ ଏବଂ ଏଥିରେ ସଂପୃକ୍ତ ଅଧିକାରୀଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ଏଡୁସିଲର ସିଏମ୍‌ଡି ଅଛନ୍ତି ହିମାଂଶୁ ଗୁପ୍ତା ।କୁହାଯାଉଛି ଯେ ଏଥିରେ ଥିବା ବଡ଼ ବଡ଼ ଅଧିକାରୀମାନେ ଏକ ନିର୍ଦ୍ଦିଷ୍ଟ ରାଜ୍ୟର। ଏଡ଼ୁସିଲକୁ ଅଧିକ କ୍ଷମତା ଏବଂ ସ୍ଵତନ୍ତ୍ରତା ପ୍ରଦାନ କରାଯାଇଥିବାରୁ ସୁପ୍ରିମ୍‌କୋର୍ଟଙ୍କ ଷଡ଼ଯନ୍ତ୍ର ମନ୍ତବ୍ୟ ପରେ ଏହି ସଂସ୍ଥାର ଭୂମିକା ଆସିଛି ଚର୍ଚ୍ଚାରେ । ଏହା ମଧ୍ଯ କୁହାଯାଉଛି ଯେ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମଧ୍ୟ ଏଡୁସିଲର ସମ୍ପର୍କରେ ଅଛନ୍ତି । ତେବେ ଏ ସମ୍ପର୍କ କ’ଣ ତାହା ସ୍ପଷ୍ଟ ହେବା ଦରକାର ବୋଲି ଶିକ୍ଷାବିତ୍ ମହଲରେ ଆଲୋଚନା ଆରମ୍ଭ ହୋଇଗଲାଣି।

Leave a Reply

Your email address will not be published. Required fields are marked *