ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ତାଙ୍କ ୧୩୧ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦିଜୀ ବିଶ୍ୱର ଏକମାତ୍ର ନେତା ଯିଏ କି “ମନ କି ବାତ ଜରିଆ”ରେ ସାଧାରଣ ଲୋକଙ୍କ ଅସାଧାରଣ ପ୍ରତିଭାକୁ ଲୋକଲୋଚନକୁ ଆଣୁଛନ୍ତି। ୧୪୦କୋଟି ଦେଶବାସୀଙ୍କ ମନରେ ସଚେତନତା ସୃଷ୍ଟି କରି ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଉଛନ୍ତି। ପୂର୍ବରୁ ଅନେକ ଘଟଣା ଲୋକଲୋଚନକୁ ଆସି ପାରୁ ନ ଥିଲା। ମାତ୍ର ମୋଦିଜୀ ସଂସ୍କୃତିଠାରୁ ଆରମ୍ଭ କରି ଐତିହ୍ୟ, ପରମ୍ପରା ଓ ଲୋକାଲ ଫର୍ ଭୋକାଲ ଆଦି ବିଷୟକୁ ଲୋକଲୋଚନକୁ ଆଣି ପୁର୍ନଜୀବିତ କରିପାରୁଛନ୍ତି। ମୋଦିଜୀ ଓଡ଼ିଆ ପୁଅ ହୀରୋଧ ପଟେଲଙ୍କ ଅତ୍ୟାଧୁନିକ କୃଷି ପ୍ରଣାଳୀ ବିଷୟରେ ଦେଶବାସୀଙ୍କୁ ଜଣାଇ ସବୁ ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି। ପଟେଲ ଆଜି ସବୁ ଯୁବବର୍ଗ ପାଇଁ ପ୍ରେରଣା ପାଲଟିଛନ୍ତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଗୋପୀନାଥ ମଣ୍ଡଳ ଅନ୍ତର୍ଗତ ବୁଥ୍ ନଂ.୧୫୩, ପାଣ୍ଡରା ସାଇ ମନ୍ଦିର ପ୍ରାଙ୍ଗଣରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମରେ ଯୋଗଦେଇ ମନମୋହନ ସାମଲ କହିଛନ୍ତି ଯେ, ହୀରୋଧଙ୍କ ଅସାଧାରଣ ପ୍ରତିଭା ବିଷୟରେ “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ କହି ମୋଦିଜୀ ତାଙ୍କ ତ୍ୟାଗ ଓ ତପସ୍ୟାକୁ କେବଳ ସ୍ୱୀକୃତି ଦେଇନାହାନ୍ତି, ସାରା ଦେଶର ଲୋକେ ଓଡ଼ିଆ ଚାଷୀଙ୍କ ବିଷୟରେ ଅବଗତ ହୋଇପାରିଛନ୍ତି। ଏହାଦ୍ୱାରା ଯୁବବର୍ଗ ଚାଷ ପାଇଁ ମନବଳେଇବା ସହ ଚାଷ କ୍ଷେତ୍ରରେ ନିଜ ଜୀବନ ଓ ଯୌବନକୁ ସମର୍ପତ କରିବାକୁ ଇଛାବ୍ୟକ୍ତ କରିବେ। ଏନେଇ ମୋଦିଜୀଙ୍କୁ ଯେତେ ଧନ୍ୟବାଦ ଦେଲେ ତାହା କମ୍ ହେବ।

ଏହି ଅବସରରେ ମୋଦିଜୀ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ବିଷୟରେ କହିବା ସହ ପ୍ରଯୁକ୍ତିବିଦ୍ୟା, ଅଙ୍ଗଦାନ ଓ ସାଇବର ଅପରାଧ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସାରା ବିଶ୍ୱର ନେତା, ଶିଳ୍ପପତି, ଉଦ୍ଭାବକ ଓ ଟେକ୍‌ଗୁରୁମାନେ ଏକତ୍ରିତ ହୋଇ ଏଆଇ ସମ୍ମିଳନୀକୁ କିପରି ସଫଳ କରାଇଛନ୍ତି ସେବିଷୟରେ ଆଲୋକପାତ କରିଛନ୍ତି। କୃଷିଠାରୁ ଆରମ୍ଭ କରି ପଶୁପାଳନ, ପ୍ରାଣୀ ଚିକିତ୍ସା, ପ୍ରାଚୀନ ଗ୍ରନ୍ଥ, ପାଣ୍ଡୁଲିପି ସଂରକ୍ଷିତ ରଖିବାରେ ଏଆଇ କିପରି ଉପଯୋଗ ହୋଇପାରୁଛି ସେବିଷୟରେ କହିଥିଲେ। ଏସବୁ ବିଷୟ ଓଡ଼ିଶା ସମେତ ସାରା ଦେଶବାସୀଙ୍କୁ ପ୍ରେରଣା ଦେଇଛି ବୋଲି ମନମୋହନ ସାମଲ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ସମ୍ପାଦକ ସରୋଜ କର, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଓଡ଼ିଆ ଚଳଚ୍ଚିତ୍ର କଳାକାର ହରିହର ମହାପାତ୍ର ଏବଂ ଗୋପିନାଥ ମଣ୍ଡଳ ସଭାପତି ଜଳନ୍ଧର ସୁବୁଦ୍ଧିଙ୍କ ସମେତ ଜିଲ୍ଲାସ୍ତରୀୟ ନେତା ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ “ମନ କି ବାତ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *