ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତବର୍ଷ ତୁଳନାରେ ବଜେଟ୍ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ସଙ୍କେତ ଦେଉଛି । ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଶ୍ରୀମନ୍ଦିରରେ ଅନଲାଇନ୍ ଦାନ କରିବା ପାଇଁ ସମର୍ପଣ ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାର୍ଟଫର୍ମ ଡିଜିଟାଲ ହୁଣ୍ଡି ପ୍ରଚଳନ କରାଯିବ । ଶ୍ରୀ ଜଗନ୍ନାଥ ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ପୁରୀ ନିମନ୍ତେ ୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେହିପରି କେନ୍ଦ୍ର ସରକାର ଚଳିତ ଆର୍ଥିକ ବଜେଟରେ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ବୃଦ୍ଧି କରିବା ପାଇଁ ରେଳ ନିମନ୍ତେ ୧୦ ହଜାର ୯ ଶହ କୋଟି ୨୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ବିରଳ ମୃତ୍ତିକା କରିଡର ଅଧୀନରେ ପଦକ୍ଷେପ ଗୁଡ଼ିକୁ ଆଗକୁ ବଢ଼ାଇବାକୁ ଶିଳ୍ପ ବିଭାଗ ଅଧୀନରେ ମୋହନ ସରକାର ୧୦ କୋଟି ଟଙ୍କାର ଆବଣ୍ଟନ ପାଇଁ ପ୍ରସ୍ତାବ ଦେଇଛନ୍ତି । ସେହିପରି ଜଳ ଭଣ୍ଡାର କ୍ଷେତ୍ର ବିକାଶ ପାଇଁ ୯୯ କୋଟି ଟଙ୍କା ଅନୁମୋଦନ କରାଯାଇଛି । ବଜେଟ୍ ୨୦୨୬-୨୭ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା ହୋଇଛି । ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ । ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ । ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ସଶକ୍ତିକରଣ ଅଧୀନରେ ଆମ ସରକାରଙ୍କ ଏକ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା । ଏହି ଉଦ୍ଦେଶ୍ୟ ପାଇଁ, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି । ଯାହା ଆର୍ଥିକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ନାମରେ ୨୦ ହଜାର ଟଙ୍କାର ଏକ ସଞ୍ଚୟ ଉପକରଣ ସୃଷ୍ଟି କରାଯିବ । ସ୍ନାତକ ସମାପ୍ତ କରିବା ପରେ ତାଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ ଏହା ସହ ଚିଲିକାର ବିକାଶ ପାଇଁ ଚିଲିକା ପୁନରୁଦ୍ଧାର ନାମରେ ଏକ ନୂତନ ଯୋଜନା ଷୋଘଣା କରିଛନ୍ତି । ସେହିପରି ସରକାର ସଂସ୍କୃତିର ବିକାଶ ପାଇଁ ବେଶ ପ୍ରତିବଦ୍ଧ । ବାରିପଦାଠାରେ ମୟୂରଭଞ୍ଜ ଛଉ ଏକାଡେମୀ ପ୍ରତିଷ୍ଠା କରାଯିବ । ସେଥିପାଇଁ ୧୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏଥି ସହିତ ବିକଶିତ ଓଡ଼ିଶା ଭିଜନ୍ ଅନୁସାରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ୫ ଶହ ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ନୂତନ ସରକାରୀ କୋଠା ନିର୍ମାଣ କରାଯିବ । ସେଗୁଡ଼ିକୁ ହେଲା ଜନ ଆଶ୍ରୟ ଭବନ, ନୂତନ ରାଜ୍ୟ ବିଧାନ ସଭା ସୌଧ, ନୂତନ ସଚିବାଳୟ ଭବନ, ବିଶ୍ୱ ସ୍ତରୀୟ ଏକ ନୂତନ ସଂଗ୍ରହାଳୟ ଏବଂ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ । ଚାଷୀମାନଙ୍କୁ ସମୟୋଚିତ ପୈଠ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ୫ ହଜାର କୋଟ ଟଙ୍କା ଏକ ଆବର୍ତ୍ତନ ପାଣ୍ଠି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପାଇଁ ୨ ହଜାର ୩୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଶ୍ରୀଅନ୍ନ ଅଭିଯାନ ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବୃହତ ଉଠା ଜଳସେଚନ ପ୍ରକଳ୍ ଅଞ୍ଚଳରେ ଫସଲ ବିବିଧକରଣ କାର୍ଯ୍ୟକ୍ରମ, ସ୍ୱଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ୪୬୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କଫି ଚାଷ ପାଇଁ ୧୫୦ କୋଟି, ଉନ୍ନତ ଆଖୁ ଚାଷ ପାଇଁ ୨୭ କୋଟି ଏବଂ ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୨୮ କୋଟିର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ବିସ୍ମୃତ ଖାଦ୍ୟ ଏବଂ ଅବହେଳିତ ଶସ୍ୟର ପୁନରୁଦ୍ଧାର ପାଇଁ ୫୫ କୋଟି ଟଙ୍କା ପ୍ରସ୍ତାବ ରଖାଯାଇଛି । କୃଷି ଉପକରଣର ଲୋକପ୍ରିୟତା ଯୋଜନା ଅଧୀନରେ କୃଷି ଯାନ୍ତ୍ରିକୀକରଣ ନିମେନ୍ତେ ୪୦୦ କୋଟି ବ୍ୟୟବରାଦ କରାଯାଇଛି । କୃଷି ଉଦ୍ୟୋଗ ଏବଂ କୃଷି ସେବା କେନ୍ଦ୍ର ଗୁଡ଼ିକୁ ପୁଞ୍ଜି ନିବେଶ ସହାୟତା ବାବଦକୁ ୪୪୧ କୋଟି ଟଙ୍କା ଏବଂ ଶୀତଳ ଭଣ୍ଡାର ନୀତି ପାଇଁ ୬୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ବଜେଟରେ ସେ ଘୋଷଣା କହିଛନ୍ତି ଯେ, ଆମେ ଆମର ଭବିଷ୍ୟତ ପିଢ଼ି ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବୁ । ଆଗାମୀ ବର୍ଷଗୁଡ଼ିକରେ କିଛି ନୂତନ ପ୍ରମୁଖ ସଡ଼କ ପ୍ରକଳ୍ପଗୁଡ଼ିକୁ ବିକଶିତ କରିବାକୁ ପ୍ରସ୍ତାବ ଦେଉଛି । କୋରାପୁଟ ଜିଲ୍ଲାର ଜୟପୁର ସହରକୁ ଉପକୂଳବର୍ତ୍ତୀ ସହର ବ୍ରହ୍ମପୁର ସହିତ ସଂଯୋଗ କରିବା ପାଇଁ ପ୍ରାୟ ୯ ହଜାର କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ୨ ଶହ ୮୭ କିଲୋମିଟର ଲମ୍ବ ବିଶିଷ୍ଟ ବ୍ରହ୍ମପୁର-ଜୟପୁର ରାସ୍ତା ବିକଶିତ କରାଯିବା । ନମୋ ଏକ୍ସପ୍ରେସୱେ ପୂର୍ବ-ପଶ୍ଚିମ କରିଡରର ଭାବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିକୁ ବରଗଡ଼ ଜିଲ୍ଲାର ଅମ୍ବାଭୋନା ସହିତ ସଂଯୋଗ କରି କରିବ । ୯ ଶହ ୬୯ କି କିଲୋମିଟର ବିଶିଷ୍ଟ ଅଟଳ ଏକ୍ସପ୍ରେସ ୱେ ଉତ୍ତର-ଦକ୍ଷିଣ କରିଡରର ଭାବରେ ମାଲକାନାଗିରି ଜିଲ୍ଲାର ମୋଟୁକୁ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗି ସହିତ ସଂଯୋଗ କରିବା । Post navigation State Budget 2026-27: ଓଡ଼ିଶା ବଜେଟ୍: ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି Madhu Babu Pension Yojana: ଆଉ ୬ ଲକ୍ଷ ହିତାଧିକାରୀ ପାଇବେ ମଧୁବାବୁ ପେନସନ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀ