matric-exams-from-today-ai-to-monitor-examination-centers
ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା । ସକାଳ ୮ଟା ୧୫ରେ ଗେଟ୍ ଖୋଲିବ ଏବଂ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ରାଜ୍ୟର ୩୦୮୨ଟି ସେଣ୍ଟରରେ ୫ ଲକ୍ଷ ୬୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
 
ଆଜି ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ CCTV ବ୍ୟବସ୍ଥା କରାଯାଇଛି । କଟକ ବୋର୍ଡ ଅଫିସରେ ଅତ୍ୟାଧୁନିକ କମାଣ୍ଡ କଣ୍ଟ୍ରୋଲ ରୁମ୍ ରହିଛି । AI ସମ୍ପନ୍ନ ସିସିଟିଭି କ୍ୟାମେରା ନଜରରେ ସେଣ୍ଟର ରହିଛି ।
 
ପରୀକ୍ଷା ସମୟରେ ସବୁ ସେଣ୍ଟରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ସମୟରେ ସବୁ ସେଣ୍ଟରରେ ମୋବାଇଲ ଫୋନ ବ୍ୟବହାର ନିଷିଦ୍ଧ ରହିବ ।
 
କପି ଯୋଗାଇଲେ କିମ୍ବା କିଛି ଅନିୟମିତତା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଜରୁରୀକାଳୀନ ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଲାଗି ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯାଇଛି ।
 

By Nirvay

Leave a Reply

Your email address will not be published. Required fields are marked *