Plus two exam begins from today in Odisha
ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା । ଚଳିତ ବର୍ଷ ରାଜ୍ୟରେ ୪ ଲକ୍ଷ ୧ ହଜାର ୬୨୩ ପରୀକ୍ଷାର୍ଥୀ ପ୍ଲସ୍ ଟୁ ପରୀକ୍ଷା ଦେବାକୁ ଯାଉଛନ୍ତି । ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୮ ଯାଏଁ ଚାଲିବ । ୧୯୦୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୩୫୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେଉଛି ।
 
ପ୍ରଥମ ଦିନ ବିଜ୍ଞାନର ମାତୃଭାଷା ଓଡ଼ିଆ ଥିବାବେଳେ ଆସନ୍ତାକାଲିଠୁ ଧନ୍ଦାମୂଳକ ଓ ୨୦ ତାରିଖରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ । ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିବ । ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ସକାଳ ୯ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଥିଲା ।
 
କଳାରେ ସର୍ବାଧିକ ୨ ଲକ୍ଷ ୫୬ ହଜାର ୭୦୭ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୩୬୩, ବାଣିଜ୍ୟରେ ୨୪ହଜାର ୬୨୧ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୯୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ସମୟରେ କପି ରୋକିବା ପାଇଁ ନିଆ ଯାଇଛି ନୂଆ ପଦକ୍ଷେପ । ପରୀକ୍ଷା ସୁପରିଚାଳନା ପାଇଁ ପାଞ୍ଚ ସ୍ତରରେ ୧୦୨ଟି ସ୍କ୍ବାଡ୍ ଗଠନ କରାଯାଇଛି । ପରୀକ୍ଷା କେନ୍ଦ୍ରରେ AI କ୍ୟାମେରା ଏବଂ ସିସିଟିଭି ଜରିଆରେ ନଜର ରଖାଯିବ ।
 

By Nirvay

Leave a Reply

Your email address will not be published. Required fields are marked *