ଘୋଷଣା ହେଲା ମଣିପୁରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ। ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଫେବ୍ରୁଆରୀ ୧୨ରେ ରାଷ୍ଟ୍ରପତି ଶାସନକୁ ବର୍ଷେ ପୂରଣ ହେବ । ୟୁମନାମ ଖେମଚନ୍ଦ ସିଂ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ରହିଛି । ରାଜ୍ୟରେ ଦୀର୍ଘ ସମୟ ଧରି ଜାତିଗତ ହିଂସା ମଧ୍ୟରେ ଫେବୃଆରୀ ୮, ୨୦୨୫ ରେ ଏନ ବୀରେନ ସିଂହ ଇସ୍ତଫା ଦେବା ପରଠାରୁ ଏହି ପଦବୀ ଖାଲି ପଡ଼ିଛି। କିଛି ଦିନ ପରେ, ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ସୂଚନା ଯୋଗ୍ୟ; ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକ ପରେ ମଣିପୁର ବିଜେପିର ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହେବା ପରେ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଖେମଚାନ୍ଦ ସିଂହଙ୍କ ନାମ ଘୋଷଣା କରାଯାଇଥିଲା। Post navigation Kanya Vivah Yojana: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା; ନାରୀ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେବା ଉଚିତ: ବିଜେଡି Congress Target State govt: ମୁନ୍ଦିଏ ପାଣି ଦେବାକୁ ଅସମର୍ଥ, ବିକଶିତ ଭାରତ ଗଢ଼ିବେ କେମିତି: ଭକ୍ତ