ଓଡ଼ିଶାରେ ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ । ୨୦୨୫ରେ ଭୁବନେଶ୍ବର ଷ୍ଟେସନରୁ ୧୦ ଜଣଙ୍କୁ ଗିରଫ କରିଥିଲା STF । ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ କଲେ ୩ ମାସ ଅଧିକ କାରାବାସ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଏସଡିଜେଏମ୍ ଅମିତ କୁମାର ୬ ଜଣ ସାକ୍ଷୀ ଏବଂ ଦସ୍ତାବିଜ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି । ଗିରଫ ବ୍ୟକ୍ତିଙ୍କୁ ନ ଛାଡ଼ିବାକୁ ଅନୁରୋଧ କରିଥିଲେ ବାଂଲାଦେଶ ହାଇ କମିଶନର । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରଶ୍ମିରଞ୍ଜନ ବ୍ରହ୍ମା ମାମଲାକୁ ପରିଚାଳନା କରିଥିଲେ ।

ସୂଚନା ଯୋଗ୍ୟ; ମାର୍ଚ୍ଚ ୮, ୨୦୨୫ରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣେ ନାବାଳକ ସମେତ ୧୦ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଥିଲା । ସେମାନଙ୍କ ନିକଟରୁ ବାଂଲାଦେଶୀ ଟଙ୍କା, ଭାରତୀୟ ଟଙ୍କା ଏବଂ ମୋବାଇଲ ଜବତ କରାଯାଇଥିଲା । ଦିବ୍ରୁଗଡ଼-ଚେନ୍ନାଇ ଏକ୍ସପ୍ରେସରୁ ଏସଟିଏଫ୍ ଗିରଫ କରିଥିଲା । ଏମାନଙ୍କ ନିକଟରେ କୌଣସି ଭିସା କିମ୍ବା ପାସ୍‌ପୋର୍ଟ ନଥିଲା । ସମସ୍ତେ ବିନା ଭିସା ଓ ପାସ୍‌ପୋର୍ଟରେ ଆସାମ ସୀମା ଦେଇ ଭାରତକୁ ପ୍ରବେଶ କରିଥିଲେ ।

Leave a Reply

Your email address will not be published. Required fields are marked *