ଭିଜିଲାନ୍ସ ଜାଲରେ ଟାଟା ପାୱାର କନିଷ୍ଠ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଧରାପଡ଼ିଲେ ଟାଟା ପାୱାର ଜେଇ । ବିଦ୍ୟୁତ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ, ସଦର ମହକୁମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପରବେଶ ନାୟକଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କ ନିକଟରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହାପରେ ଜୁନିଅର ଇଞ୍ଜିନିୟରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ରହିଛି ।

ସୂଚନା ଯୋଗ୍ୟ; ଏକ ଇଟା କାରଖାନାକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ମାଲକାନଗିରି TPSODL ଜୁନିଅର ଇଞ୍ଜିନିୟର ପ୍ରଦେଶ ପ୍ରସାଦ ନାୟକ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଭିଜିଲାନ୍ସକୁ ଜଣାଇଥିଲେ ଇଟା କାରଖାନା ମାଲିକ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବ ଯୋଜନା ମୁତାବକ ଧରିଥିଲା ଭିଜିଲାନ୍ସ ଟିମ୍ ।

ଜେଇଇ ପ୍ରଦେଶ ପ୍ରସାଦ ନାୟକ ଓ ତାଙ୍କ ସହଯୋଗୀ ଭଞ୍ଜ କିଶୋର ସ୍ବାଇଁ ଲାଞ୍ଚ ନେଉଥିଲେ । ଉଭୟଙ୍କୁ ଗିରଫ କରାଯାଇଛି । ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଧାରା ୭ ଅନୁଯାୟୀ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *