ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି । କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ୟୁନିଫର୍ମ୍ଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଚେୟରମ୍ୟାନ୍ ଓ ସଦସ୍ୟମାନଙ୍କ ନିଯୁକ୍ତି ପଦ୍ଧତି ଓ ସେବା ଶର୍ତ୍ତାବଳୀ) ନିୟମ, ୨୦୨୬କୁ ମଞ୍ଜୁରି ଦିଆଯାଇଛି । ଭୁବନେଶ୍ୱର ଦୁବାଇ ଏବଂ ସିଙ୍ଗାପୁରକୁ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇବେ । ଏହା ସହିତ OUSSSC ନିୟମ, ୨୦୨୫ ଅଧୀନରେ ଗଠିତ ଢାଞ୍ଚା ପୂର୍ଣ୍ଣ ହୋଇଛି ଏବଂ ଏହା ମାଧ୍ୟମରେ ଏକ ଚେୟରମ୍ୟାନ୍ ଓ ଦୁଇଜଣ ସଦସ୍ୟଙ୍କ ନିଯୁକ୍ତିର ପଥ ସ୍ପଷ୍ଟ ହୋଇଛି। ନୂତନ କମିଶନ୍ ଓଡ଼ିଶା ପୋଲିସ, ଅବକାରୀ, ଜଙ୍ଗଲ ଓ ପରିବେଶ, ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ୟୁନିଫର୍ମ୍ଡ ସର୍ଭିସ୍ଗୁଡ଼ିକ ପାଇଁ କେନ୍ଦ୍ରୀକୃତ, ପାରଦର୍ଶୀ ଓ ପ୍ରଯୁକ୍ତି-ଆଧାରିତ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ। ଏହି ସୁଧାରର ଲକ୍ଷ୍ୟ ହେଉଛି ପୂର୍ବରୁ ଥିବା ଅନିୟମିତତାକୁ ଦୂର କରି ମେରିଟ୍ ଆଧାରିତ ଓ ନ୍ୟାୟସଙ୍ଗତ ଚୟନ ପ୍ରକ୍ରିୟା ସୁନିଶ୍ଚିତ କରିବା। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ, କ୍ୟାବିନେଟ୍ ଧେଙ୍କାନାଲ ଜିଲ୍ଲାର ଗଜମାରା ଅଞ୍ଚଳରେ କଲ୍ୟାଣୀ ଗ୍ରୁପ୍ ପକ୍ଷରୁ ପ୍ରସ୍ତାବିତ ₹୧୭,୨୫୦ କୋଟି ଟଙ୍କାର ଏକ ସମନ୍ୱିତ ମାନୁଫ୍ୟାକ୍ଚରିଂ କମ୍ପ୍ଲେକ୍ସକୁ ମଞ୍ଜୁରି ଦେଇଛି। IPR ୨୦୨୨ର ବିଶେଷ ବ୍ୟବସ୍ଥା ଅନୁସାରେ ପ୍ରାୟ ୧,୧୦୦ ଏକର ଜମିରେ ବିସ୍ତାରିତ ଏହି ପ୍ରକଳ୍ପରେ ସ୍ପେସିଆଲିଟି ଷ୍ଟିଲ୍, ସୁପର୍ ଆଲୋୟ, କାଷ୍ଟିଂ ଓ ଫୋର୍ଜିଂ ୟୁନିଟ୍ ସହ ଟାଇଟାନିୟମ୍, ଅଟୋ କମ୍ପୋନେଣ୍ଟ୍ସ, ଏୟାରୋସ୍ପେସ୍ ଓ ରକ୍ଷା ସରବରାହ ଶୃଙ୍ଖଳା ପାଇଁ ଭେଣ୍ଡର୍ ପାର୍କ୍ ସମ୍ମିଳିତ ହେବ, ଯେଉଁଥିରେ ଭାରତ୍ ଫୋର୍ଜ ସହ ଜଡିତ ସୁବିଧାମାନେ ମଧ୍ୟ ରହିବ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ଏବଂ ଲୋକଙ୍କ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାକୁ ଲୋକପ୍ରିୟ କରିବାକୁ ‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ ଯୋଜନା’କୁ ମଞ୍ଜୁରୀ ମିଳିଛି ।୨୦୨୫ରୁ ୨୦୨୬ ଆର୍ଥିକ ବର୍ଷରୁ ୨୦୨୯-୩୦ ଆର୍ଥିକ ବର୍ଷ ପାଇଁ ₹୨୫୪. ୮୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ପ୍ରକଳ୍ପ ରାଜ୍ୟର ଔଦ୍ୟୋଗିକ ବିକାଶକୁ ଗତି ଦେବା ସହିତ ବ୍ୟାପକ ରୋଜଗାର ସୃଷ୍ଟି କରିବ ଏବଂ ଉନ୍ନତ ମାନୁଫ୍ୟାକ୍ଚରିଂ ଓ ରକ୍ଷା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସ୍ଥାନକୁ ଆହୁରି ମଜବୁତ କରିବ। କ୍ୟାବିନେଟ୍ ବୈଠକରେ ଏହା ସହିତ ଅନେକ ଅନ୍ୟାନ୍ୟ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ଦିଆଯାଇଛି। Post navigation Gandhi Pathe Odisha Padyatra: ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଭକ୍ତ ଦାସଙ୍କ ଆହ୍ୱାନ 4 IAS Officers Reach Apex Grade: ଚାରି ଜଣ ଆଇଏଏସ ଅଧିକାରୀଙ୍କ ପଦନ୍ନୋତି