୭୫ବର୍ଷ ଧରି ଜାତିବିହୀନ ସମାଜ ଗଠନ କରିବା ଦିଗରେ ଆମେ ଯାହା କରିଛେ, କ’ଣ ଆମେ ଏବେ ଏହାର ଓଲଟା ଦିଗକୁ ଯାଇଛେ ? ଜାତି ଆଧାରିତ ଭେଦଭାବକୁ ଭିନ୍ନ ଭାବେ ପରିଭାଷିତ କରିବାର ଆବଶ୍ୟକତା କାହିଁ କି ପଡ଼ିଲା ? ନୂଆ ନିୟମ ଅତ୍ୟନ୍ତ ଭୟଙ୍କର ପରିଣାମ ଆଣିପାରେ, ସମାଜକୁ ବିଭାଜିତ କରିପାରେ ।” ଗୁରୁବାର ସୂପ୍ରିମ୍‌କୋର୍ଟ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂଆ ନିୟମ ଉପରେ ଶୁଣାଣି କରି ଏହି କଡ଼ା ଟିପ୍ପଣୀ ଦେବା ସହ ଏହାର ଧଡିଆ ଉଡ଼ାଇଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ଉପରେ ଲଗାଇଛନ୍ତି ରୋସ୍ । ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଦ୍ଦେଶ ହିନ୍ଦୁ ସମାଜକୁ ଭାଙ୍ଗିବା ପାଇଁ ୟୁଜିସିର ଚକ୍ରାନ୍ତକୁ ପଣ୍ଡ କରିଛି। ‌ବଭାବ ରୋକିବା ପାଇଁ ୟୁଜିସି ଆଣିଥିବା ନୂଆ ଆଇନ୍ ଭେଦଭାବକୁ ବଢ଼ାଇଛି। ଏବେ ଏହି ନୂଆ ନିୟମ ଜଷ୍ଟଦିନ୍‌କୁ ଯାଉଛି ।

ଜାନୁଆରୀ ୧୩ ତାରିଖରେ ୟୁଜିସି ପକ୍ଷରୁ ନୂଆ ଆଇନ୍ ଅଣାଯାଇଥୁଲା । ଏହାର ନାମ ଥିଲା ପ୍ରମୋସନ ଅଫ ଇକ୍ୟୁଟି ଇନ୍ ହାୟର ଏଜୁକେଶନ ଇନ୍‌ଷ୍ଟିଚ୍ୟୁସନ ରେଗୁଲେସନ ୨୦୨୬। ଉଚ୍ଚଶିକ୍ଷାନୁଷ୍ଠାନରେ ଏସ୍‌ସି/ଏସ୍‌ଟି ଏବଂ ଓବିସି ଛାତ୍ରଙ୍କ ବିରୋଧରେ ଜାତୀୟ ଭେଦଭାବ ରୋଜିବା ପାଇଁ ଏଥିରେ କଡ଼ା ନିର୍ଦ୍ଦେଶ ପୂଜା । ଆଉ ଏହି କଡ଼ା ନୂଆ ନିୟମ ଦ୍ବାରା ଏକପ୍ରକାର ହିନ୍ଦୁ ସମାଜକୁ ଭାଙ୍ଗିବାର ୟୁଜିସି କରିଥିଲା ଚକ୍ରାନ୍ତ । ହେଲେ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ବିରୋଧ ପରେ ଗୁରୁବାର ସୁପ୍ରିମ୍‌କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି।

ତେବେ ବଡ଼ ପ୍ରଶ୍ନ ୟୁଜିସି ଅଧିକାରୀ ଏପରି ନିୟମ କଲେ କିପରି ? ଯଦି ଏହା ୟୁଜିସି ଅଧିକାରୀଙ୍କ ଭୁଲ୍ ତେବେ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୁଥିଲେ କ’ଣ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ବିଷୟ ଦେଖିବା ସମ୍ଭବ ନୁହେଁ । ହେଲେ ଯେଉଁସବୁ ଚକ୍ରାନ୍ତ ଆରମ୍ଭ ହୋଇଛି ତାହା ମୋଦୀଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାର ପ୍ରୟାସ ବୋଲି ବୁଝିବାକୁ ହେବ ।

ଦେଶରେ ୟୁଜିସିର ନୂଆ ନିୟମକୁ ନେଇ ତୀବ୍ର ବିରୋଧ ଭିତରେ ଗୁରୁବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଜୟମାଲ୍ୟା ବାଗ୍‌ଚିଙ୍କ ଖଣ୍ଡପୀଠ ଏହା ଉପରେ ଶୁଣାଣି କରିଥିଲେ । ପ୍ରଧାନ ବିଚାରପତି କଷ୍ଟ କରିଥିଲେ ଯେ ଏହି ନୂଆ ନିୟମର ପ୍ରାବଧାନ ଆଦୌ ସ୍ପଷ୍ଟ ନୁହେଁ । ଏହାର ଦୁରୂପଯୋଗ ଆଶଙ୍କା ରହିଛି। ଏଥିସହ କୋର୍ଟ କେନ୍ଦ୍ର ଏବଂ ୟୁଜିସିକୁ ନୋଟିସ୍ ଜାରି କରି କବାଳ ମାଗିଛନ୍ତି । ନିୟମର ନୂଆ କ୍ରାଫ୍ଟ ପୁଣିଥରେ ତିଆରି କରିବାକୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯କୁ ସ୍ଥିର କରିଛନ୍ତି । କୋର୍ଟ କହିଛନ୍ତି ବର୍ଗ ମାନ ୨୦୧୨ର ୟୁଜିସି ନିୟମ ଦେଶବ୍ୟାପୀ ଲାଗୁ ହେବ । କୋର୍ଟଙ୍କ ଏହି ଟିପ୍ପଣୀ ମୃତ୍ୟୁଞ୍ଜୟ ତିୱାରୀ, ଆଡଭୋକେଟ ଭିନିତ ଜିନ୍ଦଲ ଏବଂ ରାହୁଳ ଦିଓ୍ବାନଙ୍କ ଆବେଦନ ଉପରେ ଆସିଥିଲା । ଯେଉଁଥରେ ଅଭିଯୋଗ କରାଯାଇଥୁରା ଯେ ନୂଆ ନିୟମ ସାଧାରଣ ବର୍ଗର ଛାତ୍ରଙ୍କ ସହ ଭେଦଭାବ କରୁଛି।

ଖଣ୍ଡପୀଠ ଏହି ମାମଲାର ଶୁଣାଣି ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଯାହା ୟୁଜିସି ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଶକ୍ତ ଝଟ୍‌କା । କୋର୍ଟ ପ୍ରଶ୍ନ କରିଥିଲେ ଯେ ଯେତେବଳେ ଭେଦଭାବର ପରିଭାଷାରେ ପୂର୍ବରୁ ସବୁପ୍ରକାରର ଭେଦଭାବ ସାମିଲ ଥିଲା ତେବେ ଜାତି ଆଧାରିତ ଭେଦଭାବକୁ ପୁଣିଥରେ ଭିନ୍ନ ଭାବେ ପରିଭାଷିତ କରିବାର ନାହିଁ କି ପଡ଼ିଲା ଆବଶ୍ୟକତା ? ଏଥିସହ ନିୟମରେ ରଗିଂ କାହିଁକି ସାମିଲ କରାଯାଇନାହିଁ ? କ୍ୟାମ୍ପସରେ ଏହା ଏବେ ବଡ ସମସ୍ୟା ଭାବେ ଉଭା ହୋଇଛି । ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ ଯେ ଅନୁସୂଚିତ ଜାତିରେ ମଧ୍ୟ ଅନେକ ଲୋକ ଆର୍ଥିକ ଭାବେ ବେଶ୍ ସମୃଦ୍ଧ ହୋଇସାରିଲେଣି । ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଜାତିବିହିନ ସମାଜ ଗଠନ ଦିଗରେ ଅଗ୍ରସର ହୋଇଛେ ଏବେ କାହିଁକି ପୁଣିଥରେ ପଛକୁ ଯାଇଛେ ? ପ୍ରଧାନ ବିଚାରପତି ଭିନ୍ନଭିନ୍ନ ଜାତିଙ୍କ ପାଇଁ ଭିନ୍ନ ହଷ୍ଟେଲ ବନାଇବାର ପ୍ରସ୍ତାବ ଉପରେ କଡ଼ା ଆପତ୍ତି ମଧ୍ୟ ଜାହିର କରିଛନ୍ତି । କହିଛନ୍ତି ‘ଭଗବାନଙ୍କ ପାଇଁ ଦୟାକରି ଏପରି କରନ୍ତୁ ନାହିଁ ।

ଆମେ ସମସ୍ତେ ଏକାଠି ରହୁଛେ। ଆଜିବି ଆନ୍ତଃଜାତି ବିବାହ ଅନୁଷ୍ଠିତ ହେଉଛି। ଭାରତର ଏକତା ଶିକ୍ଷଣୀୟ ସଂସ୍ଥାରେ ଦେଖାଯିବା ଦରକାର।

ସୂଚନାଯୋଗ୍ୟ ଯେ ୟୁଜିସି ପକ୍ଷରୁ ଲାଗୁ ହୋଇଥିବା ନିୟମ ଅନୁସାରେ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ସତନ୍ତ୍ର କମିଟି, ହେଲ୍ପ ଲାଇନ୍ ଏବଂ ମନିଟରିଂ ଟିମ୍ ଗଠନର ନିର୍ଦ୍ଦେଶ ରହିଥିଲା । ଏହି ଟିମ୍ ଏସ୍‌ସି/ଏସ୍‌ଟି ଏବଂ ଓବିସି ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ବ ଦେବ । ତେବେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଅଭିଯୋଗ ଥିଲା ଯେ ୟୁଜିସି ଜାତି ଆଧାରିତ ଭେଦଭାବକୁ ଗୁରୁତ୍ବ ଦେଉଛି । ଏହାଦ୍ଵାରା ଶିକ୍ଷାନୁଷ୍ଠାନରେ ବ୍ୟାପକ ଅରାଜକତା ସୃଷ୍ଟି ହେବ ହବ । ଯେହେତୁ ସାଧାରଣ ଜାତିକ ତିଙ୍କ ପାଇଁ କୌଣସି ପ୍ରାବଧାନ ନାହିଁ । ହିଁ ସେହି କାରଣରୁ ସେ ମାନେ ବିନା କାରଣରେ ମଧ୍ୟ ଦୋଷୀ ହେବେ। ସେମାନଙ୍କୁ ଅପରାଧୀ ବନାଯାଇପାରେ। ଏହାଦ୍ବାରା ସାଧାରଣ ବର୍ଗର ଛାତ୍ରଛାତ୍ରୀ ଭୟଭୀତ ହୋଇ ରହିବେ।

କଲେଜ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ବନ୍ଧୁତ୍ବର ବାତାବରଣ ପ୍ରଭାବିତ ହେବ। ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ କ୍ଷତି ପହଞ୍ଚାଇବା ପାଇଁ ନୂଆ ନିୟମର ଦୁରୁପଯୋଗ କରାଯାଇପାରେ। ଏହାକୁ ନେଇ ଦେଶବ୍ୟାପୀ ଭୟଙ୍କର ପ୍ରତିବାଦ ଦେଖିବାକୁ ମିଳିଥିଲା । ଆଉ ଏବେ ଏଥିରେ ଅଙ୍କୁଶ ଲଗାଇ ୟୁଜିସିକୁ ଶକ୍ତ ଝଟ୍‌କା ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

Leave a Reply

Your email address will not be published. Required fields are marked *