ପ୍ରଦୂଷଣ ସାର୍ଟିଫିକେଟ ମାମଲାରେ ସରକାର ନିଜ ହାତ ପୋଡ଼ି ସାରିଛନ୍ତି। ସ୍ମାର୍ଟ ମିଟର କାଦୁଅ ଭିତରେ ଗୋଡ଼ ଭର୍ତ୍ତି କରିସାରିଛନ୍ତି ସରକାର। ଆଗକୁ ମଧ୍ୟ ଏହାକୁ ନେଇ ସରକାରଙ୍କ ଗୋଡ଼ ପୋଡ଼ିବାର ଆଶଙ୍କା ଅଛି । ମାମଲା ଗଲାଣି ହାଇକୋର୍ଟକୁ। କ୍ୟାବିନେଟ ଏକ ନିଷ୍ପତ୍ତିରେ ସ୍ମାର୍ଟ ମିଟର ଲଗାଇବା ପାଇଁ ପ୍ରଥମ ପର୍ଯ୍ୟାୟ ସକାଶେ ୧୨ ଲକ୍ଷ ଉପଭୋକ୍ତାଙ୍କ ନିମନ୍ତେ ୭୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ୮୭୫୦୦୦ଟି ପୁରୁଣା ମିଟର ବଦଳରେ ସ୍ମାର୍ଟ ମିଟର ଲାଗିବ । ୨୭୮୧୦୦ଟି ନୂତନ ସଂଯୋଗ ସକାଶେ ସ୍ମାର୍ଟ ମିଟର ବ୍ୟବହାର କରାଯିବ । ଯେଉଁ ଉପଭୋକ୍ତାମାନେ ୨ କିଲୋୱାଟ କିମ୍ବା ତା’ଠୁ କମ ବିଦ୍ୟୁତ ସଂଯୋଗ ନେଇଛନ୍ତି, ସେମାନଙ୍କ ଲାଗି ମାଗଣା ସ୍ମାର୍ଟ ମିଟରର ବ୍ୟବସ୍ଥା କରିବେ ସରକାର । ସରଳ ଭାଷାରେ ବୁଝିବାକୁ ହେଲେ ଉପଭୋକ୍ତାଙ୍କୁ ମିଟର ଲଗାଇବା ପାଇଁ ପଇସା ଦେବାକୁ ପଡ଼ିବ ନାହିଁ । ତେବେ ଏଥିରେ ଆପରି କ’ଣ ଅଛି ? ଆପତ୍ତିଟି ହେଲା ବାହାନା କମ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତା। କିନ୍ତୁ ସରକାର ପୋଷିବେ ଟାଟା ପାୱାରକୁ। କରଦାତାଙ୍କ ପଇସା । ମେହେରବାନୀ କରିବେ ସରକାର । ପ୍ରାୟ ୪୮୮ କୋଟି ଟଙ୍କାର ଏକ ସ୍କାମ୍ର ବାସନା ଆସୁଛି ସାମ୍ନାକୁ। ୨୦୨୫ରେ ମାଗଣା ସ୍ମାର୍ଟ ମିଟର ସ୍ଥାପନ ଲାଗି ବିଦ୍ୟୁତ ବିଭାଗ ଓଡ଼ିଶା ବିଦ୍ୟୁତ ନିୟନ୍ତ୍ରକ ଆୟୋଗଙ୍କଠାରୁ ଅନୁମତି ଲୋଡ଼ି ଥିଲେ। ସେତେବେଳେ ଓଇଆର୍ସିର କେହି ଅଧ୍ୟକ୍ଷ ନଥିଲେ । ସେହି ସମୟରେ ଆୟୁକ୍ତର ଇଞ୍ଜିନିୟର ସଭ୍ୟ ଓ ଜୁଡ଼ିସିଆଲ ସଭ୍ୟ ମାଗଣା ସ୍ମାର୍ଟ ମିଟର ସ୍ଥାପନ ପାଇଁ ସସର୍ତ୍ତ ଅନୁମତି ଦେଇଥିଲେ। ୩ଟି ସର୍ତ୍ତ ହେଲା- (୧) ପ୍ରଥମ ପର୍ଯ୍ୟାୟରେ ଟାଟା ପାଓ୍ବାର ୬୩ କେଭି, ୩୩ କେଭି, ୨୫ କେଭି ଏବଂ ଗାଁଗଣ୍ଡାରେ ଲାଗିଥିବା ଟ୍ରାନ୍ସଫର୍ମରରେ ସ୍ମାର୍ଟ ମିଟର ଲଗାଇବେ । ଏହାଫଳରେ କେତେ କ୍ଷତି ବା ଚୋରି ହେଉଛି ଜଣାପଡ଼ିବ। (୨) ଥ୍ରୋ ଫେଜ ସଂଯୋଗ ନେଇଥିବା ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲାଗିବ। (୩) ଶେଷ ପର୍ଯ୍ୟାୟରେ ୨ କିଲୋଓ୍ବାଟ୍ ବା ତା’ଠୁ କମ ବିଦ୍ୟୁତ ସଂଯୋଗ ନେଇଥିବା ଉପଭୋକ୍ତାଙ୍କ ଘରେ ମାଗଣାରେ ସ୍ମାର୍ଟ ମିଟର ଲାଗିବ । (୪) ଯେଉଁ ଉପଭୋକ୍ତାଙ୍କ ମିଟର ୫ ବର୍ଷ ପୁରୁଣା ହୋଇଥିବ ସେହିସବୁ ମିଟର ବଦଳରେ ସ୍ମାର୍ଟ ମିଟର ଲଗାଯିବ। କିନ୍ତୁ ସରକାର ଏବଂ ଟାଟା ପାଓ୍ବାର ପ୍ରଥମ ଦୁଇଟି ସର୍ତ୍ତ ପୂରଣ ଉପରେ ଧ୍ୟାନ ନଦେଇ କାହିଁକି ଦୁଇ କିଲୋୱାଟ୍ କିମ୍ବା ତା’ଠୁ କମ ସଂଯୋଗ ନେଇଥିବା ଉପଭୋକ୍ତାଙ୍କ ସକାଶେ ମାଗଣାରେ ସ୍ମାର୍ଟ ମିଟର ଲଗାଇବା ପାଇଁ ଆଗ୍ରହୀ ହେଲେ ? ପ୍ରଥମେ ସବୁ ଟ୍ରାନ୍ସଫର୍ମରରେ କାହିଁକି ସ୍ମାର୍ଟ ମିଟର ଲଗାଗଲା ନାହିଁ ? ମାଗଣା ସ୍ମାର୍ଟ ମିଟର ଲାଗିବ, କିନ୍ତୁ ଏଥିପାଇଁ ମାସିକିଆ ଭଡ଼ା ଆଦାୟ କରାଯିବ ନାହିଁ । ଏହି ଥୋପ ଭିତରେ ଛପି ରହିଛି ସ୍କାମ୍ର ମଞ୍ଜି । ସ୍ମାର୍ଟ ମିଟର କିଣିବ କିଏ ? କିଏ କିଣିବା କଥା ? ବିଦ୍ୟୁତ ବ୍ୟବସ୍ଥା ସହ ଦୁଇଟି ସରକାରୀ ସଂସ୍ଥା ଜଡ଼ିତ। ଗ୍ରୀଡ୍କୋ ଏବଂ ଓପିଟିସିଏଲ୍। କିନ୍ତୁ ଟାଟା ପାୱାରକୁ ମିଟର କିଣିବା ପାଇଁ କାହିଁକି ଅନୁମତି ଦେଲେ ସରକାର ? ସ୍କାମ୍ର ବିନ୍ଦୁ ଏଇଠି ଅଛି। ସ୍ମାର୍ଟ ମିଟର ପାଇଁ ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି। ଏହା ପୁଣି ବିପୁଳ। କିନ୍ତୁ ଏଥି ପାଇଁ ଟେଣ୍ଡର ଜରୁରୀ ନା ନାହିଁ ? ଟେଣ୍ଡର ହୋଇଛି କି ? ଯଦି ହୋଇଛି, ତେବେ ଏଥିରେ କେଉଁକେଉଁ ସଂସ୍ଥା ଭ ଭାଗ ନେଇଛନ୍ତି ? ଟେଣ୍ଡର ହେବା ଆଗରୁ ସ୍ମାର୍ଟ ମିଟର କିଣାଯାଇଛି କି ? କେବଳ ୪ଟି ସଂସ୍ଥାଠାରୁ ଟାଟା ପାଓ୍ବାର ଆଣିଛି ବା ଆଣୁଛି କି ସ୍ମାର୍ଟ ମିଟର ? ୫୪ଟି ସ ସଂସ୍କୃ ସ୍ମାର୍ଟ ମିଟର ତିଆରି କରୁଛନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ ୪ଟି ସଂସ୍ଥାକୁ ମିଟର ଯୋଗାଇବା ପାଇଁ କୁହାଯିବା ପଛରେ କି କାରଣ ଅଛି ? ସରକାରଙ୍କ ଆଇଏସ୍ଓ ଗାଇଡ୍ଲାଇନ ଅନୁସରଣ କରାଯାଇଛି କି ? ଏହିସବୁ ତମାମ ପ୍ରଶ୍ନ ସରକାରଙ୍କ ମତିଗତି ଆଗରେ ପ୍ରଶ୍ନଚିହ୍ନ ଆଙ୍କିଦେଇ ସାରିଛି। ଏହା ତ ଗୋଟିଏ ଅଂଶ। କିନ୍ତୁ ସ୍କାମ୍ର ଅସଲ ଅଂଶ ଫିଟିଙ୍ଗ୍ ଚାର୍ଜେସକୁ ନେଇ ଉଠିଛି। ଯେଉଁସବୁ ପ୍ରଦେଶରେ ଭାରତ ସରକାରଙ୍କ ଆରଡିଏସ୍ ଯୋଜନା କାର୍ଯ୍ୟକାରୀ ହେଉଛି, ସେହିସବୁ ରାଜ୍ୟରେ ଫିଟିଙ୍ଗ ଚାର୍ଜ ସକାଶେ ୨୦୦ ଟଙ୍କା ନିଆଯାଉଛି। ଦୁଇଟି ବଡ଼ ରାଜ୍ୟ ଏବଂ ବିହାରରେ ଉତ୍ତରପ୍ରଦେଶ ଆରଡିଏସଏସ ଲାଗୁ ହୋଇଛି। ଯେଉଁ ରାଜ୍ୟରେ ଘରୋଇ ରେ ବିଦ୍ୟୁତ ବିତରଣ ବ୍ୟବସ୍ଥାର ଇକରଣ ହୋଇଛି, ସେସବୁ ରାଜ୍ୟରେ ମିଟର ଫିକ୍ସିଂ ଚାର୍ଜ ଅଲଗା ଅଲଗା। ମୁମ୍ବାଇରେ ଆଦାନୀକୁ ସ୍ମାର୍ଟ ମିଟର ସ୍ଥାପନ ଲାଗି ଅନୁମତି ମିଳିଛି। ପ୍ରତି ସ୍ମାର୍ଟ ମିଟର ସକାଶେ ଆଦାନୀ ନେଉଛି ୧୪୦ ଟଙ୍କା। ଓଡ଼ିଶା ପାଇଁ ଫିକ୍ସିଂ ଚାର୍ଜ ରଖାଯାଇଛି ୭୦୦ ଟଙ୍କା । ଅର୍ଥାତ ଆଦାନୀ ତୁଳନାରେ ଟାଟା ସରକାରଙ୍କଠାରୁ ପ୍ରତି ସ୍ମାର୍ଟ ମିଟର ସକାଶେ ୫୬୦ ଟଙ୍କା ଅଧିକ ନେବ। ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ଉପଭୋକ୍ତାଙ୍କ ଘରେ ଲାଗିବ ମାଗଣା ସ୍ମାର୍ଟ ମିଟର। ୨ କିଲୋୱାଟ୍ ଏବଂ ତାଠୁ କମ ବିଦ୍ୟୁତ ବ୍ୟବହାରକାରୀଙ୍କ ସଂଖ୍ୟା ୮୦ରୁ ୯୦ ଲକ୍ଷ। ଅର୍ଥାତ ୮୦ ଲକ୍ଷ ଉପଭୋକ୍ତାଙ୍କ ପାଇଁ ୪୮୮ କୋଟି ଟଙ୍କା ସରକାର ଅଧିକ ଦେବେ ଟାଟା ପାଓ୍ବାରକୁ। ଏହା କାହାର ଟଙ୍କା ? ଏହା ଏହାହିଁ ହେଉଛି ୪୮୮ କୋଟି ଟଙ୍କାର ସ୍ମାର୍ଟ ସ୍କାମ୍। Post navigation Vigilance Raid: ଭିଜିଲାନ୍ସ ଜାଲରେ SCB ଆସୋସିଏଟ୍ ପ୍ରଫେସର ଡା. ସନାତନ ବେହେରା Illegal Parking Fee At Khandagiri Jatra: ଖଣ୍ଡଗିରି ମେଳାରେ ବେଆଇନ ପାର୍କିଙ୍ଗ ଫି: ବିଏମସିର ସୋ କଜ୍ ନୋଟିସ୍