ନବ ନିର୍ମାଣ କୃଷକ ସଂଗଠନ ଦ୍ୱାରା ଦିଆଯାଇଥିବା ଆଠ ଘଣ୍ଟିଆ ବନ୍ଦ ଡାକରା ଶେଷ ହୋଇଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଅପରାହ୍ନ ୨ଟା ଯାଏ ଚାଲିଥିଲା । ରାଜ୍ୟରେ କେତେ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଥିବାବେଳେ ଅନ୍ୟ କେତେକ ସ୍ଥାନରେ ଆଂଶିକ ପ୍ରଭାବ ଥିଲା । କିଛି ସ୍ଥାନରେ ଜୀବନଯାତ୍ରା ସ୍ୱାଭାବିକ ରହିଥିଲା । ସରକାରୀ କାର୍ଯ୍ୟାନୁଷ୍ଠାନ, ସ୍କୁଲ,କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ସବୁ ଖୋଲାରହିଥିଲା । ସେପେଟେ ଆଜି ବନ୍ଦ ପାଳନ ବେଳେ ଭୁବନେଶ୍ୱରରେ ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଥିଲା । କୃଷକ ନେତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା । କଟକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ସମସ୍ତ ଦୋକାନ ବଜାର ଖୋଲା ଥିବାବେଳେ ଯାତ୍ରୀବାହୀ ବସ୍ ଚଳାଚଳ ସ୍ବାଭାବିକ ରହିଛି। ସୂଚନା ଯୋଗ୍ୟ; ଆଜି ତିନିଟି ପ୍ରସଙ୍ଗରେ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଡାକରା ଦେଇଥିଲେ ନବ ନିର୍ମାଣ କୃଷକ ସଂଗଠନ। ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ବିଜୁଳି ଟାରିଫକୁ ନେଇ ଟାଟା ପାୱାରର ମନମାନିକୁ ବିରୋଧ କରି ବନ୍ଦ ପାଳନ କରାଯାଇଥିଲା। ସକାଳ ୬ଟାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଥିଲେ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା। Post navigation Rajya Sabha Election: ରାଜ୍ୟସଭା ନିର୍ବାଚନ ନେଇ ନବୀନଙ୍କୁ ଭେଟିବେ ଭକ୍ତ ଦାସ Silver Jubilee Edition of Enterprise Odisha: ରାଉରକେଲାରେ ୮,୮୮୪ କୋଟି ଟଙ୍କାର ୨୦ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ