ସଂସଦର ବଜେଟ ଅଧିବେଶନ ଆଜି ଆରମ୍ଭ ହେଉଛି।ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ଯୋଜନା। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିବେ। ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ-ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମାର୍ଚ୍ଚ ୯ରୁ ଏପ୍ରିଲ ୨ ପର୍ଯ୍ୟନ୍ତ। ଫେବୃଆରୀ ୨ରୁ ୪ ତାରିଖ ଯାଏଁ ୩ ଦିନ ଧରି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ନେଇ ଆଲୋଚନା ହେବ । ଲୋକସଭାରେ ଏବେ ୯ଟି ବିଲ୍ ପଡ଼ି ରହିଛି । ବଜେଟ ସହିତ ଏହି ୯ଟି ବିଲ୍ ପାସ୍ କରିବାକୁ ଚେଷ୍ଟା କରିବେ କେନ୍ଦ୍ର ସରକାର । ତଥାପି, ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜନୈତିକ ଉତ୍ତେଜନା ସ୍ପଷ୍ଟ ହୋଇଛି, କାରଣ ଗତକାଲି ଏକ ସର୍ବଦଳୀୟ ବୈଠକରେ ସରକାର ବିରୋଧୀ ଦଳର ପ୍ରମୁଖ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । Post navigation Deputy CM Ajit Pawar Dies In Plane Crash: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ Ajit Pawar Dies In Plane Crash: ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ