ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ। ବାରାମତିରେ ଅବତରଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନରେ ଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ଏହି ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି। ଦେହାନ୍ତ ନେଇ ଖବର ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା ମିଳିଛି। ଅଜିତ ପାୱାରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ମୁମ୍ବାଇରୁ ବାରାମତୀ ଯିବାବେଳେ ୮ଟା ୪୫ ମିନିଟ୍‌ରେ ଦୁର୍ଘଟଣା ହୋଇଛି ।

ତେବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଥିଲା? ଅବତରଣ ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା କି ନାହିଁ ତାହା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତଦନ୍ତ କରିବାର ସମ୍ଭାବନା ରହିଛି।

ସୂଚନା ଯୋଗ୍ୟ;  ରାଜ୍ୟରେ ବର୍ତ୍ତମାନ ଜିଲ୍ଲା ପରିଷଦ ନିର୍ବାଚନ ଚାଲିଛି, ଏବଂ ଆଜି ଅଜିତ ପାୱାର ବାରାମତୀର ବିଭିନ୍ନ ସ୍ଥାନରେ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ଥିଲା। ଅଜିତ ପାୱାର ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇରୁ ବାରାମତୀ ଯାଇଥିଲେ। ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତୀରେ ପ୍ରଚାର ସଭା ଆୟୋଜନ କରାଯାଇଥିଲା।

କିନ୍ତୁ, ବାରାମତୀ ବିମାନବନ୍ଦରର ରନୱେରେ ବିମାନଟି ଅବତରଣ କରୁଥିବା ସମୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା। ଏହା ଯୋଗୁଁ ପାଇଲଟ୍ ନିୟନ୍ତ୍ରଣ ହରାଇଲେ ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା। ବିମାନରେ ଅଜିତ ପାୱାରଙ୍କ ସମେତ ତାଙ୍କ ସୁରକ୍ଷାକର୍ମୀ ଥିଲେ।

ବିମାନରେ ଥିବା ୨ ଜଣ କ୍ରିଉ ସଦସ୍ୟ ଓ ୨ ସୁରକ୍ଷାକର୍ମୀଙ୍କ ସମେତ ମୋଟ ୫ ଜଣ ବିମାନରେ ଥିଲେ। ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଜଳିଯାଇଥିବା ବିମାନର ଚିତ୍ର ଦେଖାଯାଉଛି।

ଘଟଣାସ୍ଥଳକୁ ଅନେକ ଆମ୍ବୁଲାନ୍ସ ପହଞ୍ଚିଛି। ପୋଲିସ ଏବଂ ପ୍ରଶାସନିକ କର୍ମଚାରୀ ମଧ୍ୟ ପହଞ୍ଚିଛନ୍ତି। ଘଟଣାସ୍ଥଳରୁ ଦୃଶ୍ୟଗୁଡ଼ିକ ବିମାନର କ୍ଷତବିକ୍ଷତ ଭଗ୍ନାବଶେଷ ଦେଖାଯାଉଛି ଏବଂ ଆମ୍ବୁଲାନ୍ସଗୁଡ଼ିକ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଉଛନ୍ତି। କାହିଁକି ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରାଯାଇଥିଲା ସେ ସମ୍ପର୍କରେ ଅଧିକ ସୂଚନା ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *